Posted inଜାତୀୟ

କାର୍‌ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍‌ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…

ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍‌ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି। ମୃତ ୪ ଶିଶୁ ମଧ୍ୟପ୍ରଦେଶର ଧର ନିବାସୀ ଏକ କୃଷି ଶ୍ରମିକ ଦମ୍ପତିଙ୍କର ହୋଇଥିବା ନେଇ ଅମରେଲୀ ଉପ ଆରକ୍ଷୀ ଅଧୀକ୍ଷକ(ଡିଏସ୍‌ପି) ଚିରାଗ ଦେଶାଇ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ଦମ୍ପତି ରବିବାର ସକାଳେ ନିଜର ୪ ପିଲାଙ୍କୁ ଘରେ ଛାଡ଼ି କାମ ପାଇଁ ଚାଷଜମିକୁ ଯାଇଥିଲେ। ଏତିକିବେଳେ ତାଙ୍କ ଘର ନିକଟରେ ପାର୍କ ହୋଇଥିବା ଏକ କାର୍‌ ମଧ୍ୟରେ ସେମାନଙ୍କର ୪ ପିଲା ଖେଳିବା ପାଇଁ ପଶିଯାଇଥିଲେ। କାର୍‌ ମଧ୍ୟରେ ଶିଶୁମାନେ ଖେଳୁଥିବା ଜାଣି ନ ପାରି ଏହାର ମାଲିକ କାର୍‌କୁ ଲକ୍‌ କରିଦେଇଥିଲେ। ଦୀର୍ଘ ସମୟ ଧରି କାର୍‌ ମଧ୍ୟରେ ବନ୍ଦ ରହିବାରୁ ଶ୍ୱାସରୁଦ୍ଧ ଘଟି ସମସ୍ତ ୪ ଶିଶୁଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି। ୪ ମୃତ ଶିଶୁଙ୍କର ବୟସ ୨ରୁ ୭ ବର୍ଷ ମଧ୍ୟରେ ହେବ। ରବିବାର ସାରେ କାମ ସାରି ଘରକୁ ଫେରିବା ପରେ ଯାଇ ମୃତ ୪ ପିଲାଙ୍କ ଅଭିଭାବକ ସେମାନଙ୍କର ମୃତ୍ୟୁ ଖବର ପାଇଥିଲେ। ଘଟଣାକୁ ନେଇ ଅମେରେଲୀ ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍‌

ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି।...

ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର...

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ

ପୁଡୁଚେରୀ,୯।୧୨: କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ଡିପିଏସ୍‌ ସମେତ ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୯।୧୨: ପୁଣିଥରେ ଦିଲ୍ଲୀର ପ୍ରାୟ ୪୦ ଟି ସ୍କୁଲ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଛି। ସୋମବାର (ଡିସେମ୍ବର ୯) ସକାଳ ୭ଟାରେ, ଆର.କେ ପୁରମର...

ଜର୍ଜ ସୋରୋସ୍‌ ଫାଉଣ୍ଡେଶନ ପାଣ୍ଠି ଯୋଗାଉଥିବା ସଂଗଠନ ସହ ସୋନିଆ ସମ୍ପୃକ୍ତ: ଭାଜପା

ନୂଆଦିଲ୍ଲୀ,୯ା୧୨(ପି.ଟି.): ଜର୍ଜ ସୋରୋସ୍‌ ଫାଉଣ୍ଡେଶନ୍‌ ପାଣ୍ଠି ଯୋଗାଉଥିବା ଏକ ସଂଗଠନ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ପୃକ୍ତ ବୋଲି ଭାଜପା ରବିବାର ଅଭିଯୋଗ କରିଛି।...

କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ

ଶମ୍ଭୁ,୯ା୧୨: ହରିୟାଣା ପୋଲିସ୍‌ର ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଯୋଗୁ ଆନ୍ଦୋଳନରତ ୮ ଜଣ ଚାଷୀ ଆହତ ହେବା ପରେ ରବିବାର ଅପରାହ୍ନରେ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’...

ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୮।୧୨: ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ...

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଶିନ୍ଦେ

ମୁମ୍ବାଇ,୮।୧୨: ରବିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ଆଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri