କାଳିଆ ହତ୍ୟା ଘଟଣାରେ ୪ ଗିରଫ

ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଛୁରି, ବାଇକ୍‌ ଓ ରକ୍ତଦାଗ ଲାଗିଥିବା ପୋଷାକ ଜବତ କରାଯାଇଛି। ସେମାନେ ହେଲେ ସିନାପାଲି ଥାନା ଭଟାପାଣିର ଭଗବାନ ମାଝି (୨୨) ଓ ସୁବାସ ମାଝି (୨୫) ଏବଂ କିକିରିବେଡାର ଗିରିଧାରି ମାଝି (୩୦) ଓ ରତ୍ନେ ମାଝି (୪୫)। ଏମାନଙ୍କ ସହ ଅନ୍ୟଜଣେ ନାବାଳକ ସାମିଲ ଥିବା ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି ା ପ୍ରାପ୍ତ ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆ ନିଜ ଘରେ ନାତି ସହ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ। ପରିବାର ଲୋକେ ଉଠିପଡିବାରୁ ସେମାନେ ଫେରାର ହୋଇଯାଇଥିଲେ। କାଳିଆଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଡିଆଳ ଉପଖଣ୍ଡ ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଖଡିଆଳ ଥାନାରେ ଏକ ମାମଲା (ନଂ. ୮୯/୨୫) ରୁଜୁ ହୋଇଥିଲା। ଖଡିଆଳ ଉପଖଣ୍ଡ ପୋଲିସ ଅଧିକାରୀ ମର୍ସିରାଣୀ ପୂର୍ତ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର କହିଛନ୍ତି ା ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ, ଖଡିଆଳ ଥାନା ଅଧିକାରୀ ଦିଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri