Posted inଖେଳ

ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା

ମାଡ୍ରିଡ,୨୧।୪: ସ୍ପେନର ଏକାଧିକ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଗାର୍ବିନ ମୁଗୁରୁଜା ଶନିବାର ଟେନିସରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୩୦ବର୍ଷୀୟା ଖେଳାଳି ୨୦୨୩ରୁ ଟୁର୍ନାମେଣ୍ଟରେ ଭାଗ ନେଉ ନାହାନ୍ତି। ଆସନ୍ତା ସୋମବାର ମାଡ୍ରିଡଠାରେ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ପୂର୍ବରୁ ସେ ତାଙ୍କର ଅବସର ଘୋଷଣା କରିଛନ୍ତି।

ଆଗକୁ ତାଙ୍କୁ ଲୌରିଅସ୍‌ ଆମ୍ବାସାଡର ଭୂମିକାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଗୁରୁଜା ୨୦୧୨ରେ ପ୍ରଫେସନାଲ ହୋଇଥିଲେ। ୨୦୧୬ରେ ଫ୍ରେଞ୍ଚ ଓପନ ଫାଇନାଲରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରି ସେ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଏହାର ପରବର୍ତ୍ତି ବର୍ଷ ସେ ଫାଇନାଲରେ ଭେନସ ଓ୍ବିଲିୟମ୍ସଙ୍କୁ ହରାଇ ଓ୍ବିମ୍ବେଲଡନ ଚାମ୍ପିୟନ ହୋଇଥିଲେ ଏବଂ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ହୋଇଥିଲେ। ଏହାର ବର୍ଷକ ପରେ ସେ ସିଜନ ଶେଷ ଡବ୍ଲ୍ୟୁଟିଏ ଫାଇନାଲ୍ସ ଚାମ୍ପିୟନଶିପ୍‌ ଜିତିଥିଲେ।

ସୋମବାର ମାଡ୍ରିଡଠାରେ ହେବାକୁଥିବା ସମ୍ମାନଜନକ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବରେ ଅନେକ ପୂର୍ବତନ ଓ ବର୍ତ୍ତମାନର ସ୍ପୋଟର୍‌ସ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ତନ୍ମଧ୍ୟରେ ମୁଗୁରାଜା ଅନ୍ୟତମ। ମୁଗୁରୁଜା କହିଛନ୍ତି, ୨୫ ବର୍ଷ ପୂର୍ବେ ସେ ପ୍ରଥମେ ଟେନିସ ଖେଳିବା ଆରମ୍ଭ କରିଥିଲେ। ସେତେବେଳେ ଜଣେ କେହି କହିଥିଲେ ସେ ଦିନେ ନା ଦିନେ ଜଣେ ପ୍ରଫେସନାଲ ଖେଳାଳି ହୋଇ ବାହାରିବେ। ରୋଲାଣ୍ଡ ଗ୍ୟାରସ ଓ ଓ୍ବିମ୍ବେଲଡନରେ ଟାଇଟଲ ଜିତିବା ଦ୍ୱାରା ତାଙ୍କ ସ୍ବପ୍ନ ସାକାର ହୋଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri