ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଥାନାରେ ଏତଲା ଦେଲେ ଭାଇ

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଟିଟୁ ଏବେ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧୀନ ଥିବାବେଳେ ଏପଟେ ଟିଟୁଙ୍କ ପରିବାରରେ କେହି ନାହାନ୍ତି। ସେ ଅନାଥ। ତେଣୁ ତାଙ୍କୁ ଆକ୍ରମଣ ଘଟଣାରେ ଟିଟୁଙ୍କ ମାମୁ ପୁଅ ତଥା ବଡ଼ଭାଇ ଜୟଚନ୍ଦ୍ର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଭାଇ ଟିଟୁଙ୍କ ଜମିକୁ ଅନ୍ୟ ଦୂର ସମ୍ପର୍କୀୟମାନେ ହଡ଼ପ କରିବାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗପତ୍ରରେ କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛନ୍ତି। ପୋଲିସ ଏତଲା ପାଇ ତଦନ୍ତ ପ୍ରକ୍ରିୟାକୁ ଆରମ୍ଭ କରିଥିବା ଜଣାପଡ଼ିଛି।

Share