ଯାଜପୁରରେ ଭାଙ୍ଗୁଛି ବିଜେଡି ଗଡ଼: ଭାଜପାରେ ସାମିଲ ହେଲେ ପୂର୍ବତନ ଏମ୍‌ପି ସହ ବହୁ ବରିଷ୍ଠ ନେତୃତ୍ୱ…

ଧର୍ମଶାଳା,୧୬।୧(ଶିବପ୍ରସାଦ ମହାନ୍ତି): ବିଜେଡିକୁ ବଡ଼ ଝଟକା। ବିଜେଡିର ବହୁ ବରିଷ୍ଠ ନେତୃତ୍ୱମାନେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି ଶ୍ରୀମତୀ ରିତା ତରାଇ ଭାଜପାରେ ସାମିଲ ହୋଇଛନ୍ତି। ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ,  ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି ତନୟା ମଲିକ ରହିଛନ୍ତି। ସେହିପରି ଚେରମୁହଁା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ଯୁବ ସଂଗଠକ ସନ୍ତୋଷ ତରାଇ, ଧର୍ମଶାଳା ସୋସିଆଲ ମିଡିଆ ସଂଯୋଜିକା ଚିନ୍ମୟ ବେହୁରା, ଧର୍ମଶାଳା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ପୃଷ୍ଟି ଭାଜପାରେ ମିଶିଥିବା ଜଣାପଡିଛି।

Dharitri – The Largest & Most Trusted Odia Daily