Posted inଜାତୀୟ

ଭାଜପାକୁ ଲଗାତାର ଝଟକା, ଧର୍ମେନ୍ଦ୍ରଙ୍କ ସହ ଦଳ ଛାଡିଲେ ଏହି ନେତା, ରାଜନୀତିରେ ହଇଚଇ!

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶ ରାଜନୀତିରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିଛି । ବଦାୟୁଁ ଜିଲାର ବିସୌଲି ବିଧାନସଭା ଆସନର ପୂର୍ବତନ ବିଧାୟକ କୁଶାଗ୍ର ସାଗର ଭାଜପା ଛାଡ଼ିଛନ୍ତି । ଅକ୍ଟୋବର ୨୧ ତାରିଖରେ ସେ ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ଦାୟିତ୍ୱରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ଦଳ ଛାଡ଼ିବା ପରେ ସେ ଫେସ୍‌ବୁକ୍‌ରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
କୁଶାଗ୍ର ସାଗର ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି ଯେ, କୌଣସି ସଂଗଠନ ସହ ୧୧ ବର୍ଷ ଧରି ନିଷ୍ଠା, ସମର୍ପଣ ଓ ସଚ୍ଚୋଟତାର ସହ ଜଡ଼ିତ ରହିବା କେବଳ ଏକ ରାଜନୈତିକ ସମ୍ପର୍କ ନୁହେଁ, ବରଂ ଏକ ଭାବନାତ୍ମକ ସମ୍ପର୍କ। ସେ ପ୍ରତ୍ୟେକ ପରିସ୍ଥିତିରେ ସଂଗଠନକୁ ନିଜ ପରିବାର ଭାବି କାମ କରିଥିଲେ । ନିଜର ଶତପ୍ରତିଶତ ଅବଦାନ ଦେଇଥିଲେ ମଧ୍ୟ ତାଙ୍କୁ ଆଶାନୁରୂପ ସମ୍ମାନ ଓ ଆତ୍ମୀୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଯନ୍ତ୍ରଣା କୌଣସି ପଦବୀ କିମ୍ବା ପ୍ରତିଷ୍ଠା ନମିଳିବାକୁ ନେଇ ନୁହେଁ, ବରଂ ବର୍ଷ ବର୍ଷ ଧରି ମନରେ ସାଇତି ରଖିଥିବା ସମ୍ମାନ ଓ ବିଶ୍ୱାସ ଭାଙ୍ଗିଯିବାକୁ ନେଇ । ତେବେ ଦଳରେ ମିଳିଥିବା ସୁଯୋଗ ଓ ଅନୁଭୂତି ପାଇଁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

କୁଶାଗ୍ର ସାଗର ଉତ୍ତରପ୍ରଦେଶର ବଦାୟୁଁ ଜିଲାର ଜଣେ ପରିଚିତ ଯୁବ ରାଜନୈତିକ ଚେହେରା। ସେ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ସାଗରଙ୍କ ପୁଅ। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେ ଭାଜପା ଟିକେଟ୍‌ରେ ବିସୌଲି ସଂରକ୍ଷିତ ଆସନରୁ ବିଜୟୀ ହୋଇଥିଲେ । ୨୦୨୨ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା, କିନ୍ତୁ ସେ ସାମାନ୍ୟ ବ୍ୟବଧାନରେ ପରାଜିତ ହୋଇଥିଲେ।

ନିକଟରେ ଆଁୱଲାର ପୂର୍ବତନ ସାଂସଦ ଧର୍ମେନ୍ଦ୍ର କଶ୍ୟପ ଭାଜପା ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏବେ କୁଶାଗ୍ର ସାଗରଙ୍କ ଇସ୍ତଫାକୁ ରୁହେଲଖଣ୍ଡ ଅଞ୍ଚଳରେ ଭାଜପା ପାଇଁ ଆଉ ଏକ ଝଟ୍‌କା ଭାବେ ଦେଖାଯାଉଛି। କୁଶାଗ୍ର ସାଗର ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏନେଇ ତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇଥିବା ସୂଚନା ନାହିଁ। ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?