ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହି ସମୟରେ, ପୂର୍ବତନ ମିସ୍‌ ୟୁକ୍ରେନ ଭେରୋନିକା ଡିଡୁସେଙ୍କୋ ମଧ୍ୟ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଭେରୋନିକା ବର୍ତ୍ତମାନ ଆମେରିକାରେ ଅଛନ୍ତି ଏବଂ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଯନ୍ତ୍ରଣା ପ୍ରକାଶ କରିଥିବାବେଳେ ସେ ସାହାଯ୍ୟ ପାଇଁ ଅନ୍ୟ ଦେଶକୁ ନିବେଦନ କରିଛନ୍ତି।

ମିସ୍‌ ୟୁକ୍ରେନ ୨୦୧୮ ଭେରୋନିକା ଡିଡୁସେଙ୍କୋ କହିଛନ୍ତି ଯେ, ଆକ୍ରମଣର ପ୍ରଥମ ଦିନରେ ସେ ଏବଂ ତାଙ୍କ ୭ ବର୍ଷର ପୁଅ ଏୟାର ରେଡ୍‌ ସାଇରନ ଏବଂ ବିସ୍ଫୋରଣର ଶବ୍ଦରେ ଉଠିପଡ଼ିଲେ। ଏହା ପରେ ସେ ସଙ୍ଗେ ସଙ୍ଗେ ଘର ଖାଲି କରିଦେଲେ ଏବଂ ହଜାର ହଜାର ଲୋକଙ୍କ ସହ ଚାଲିଚାଲି ୟୁକ୍ରେନ ସୀମାକୁ ଗଲେ। ସେ କହିଛନ୍ତି, ଏପରି କୌଣସି ସ୍ଥାନ ନ ଥିଲା ଯେଉଁଠାରେ ସାଇରନ, ରକେଟ କିମ୍ବା ବୋମା ବିସ୍ଫୋରଣ ଶୁଣାଯାଇ ନ ଥିଲା। ଏହା ଅତ୍ୟନ୍ତ ଭୟାନକ ଦୃଶ୍ୟ ଥିଲା।

ଭେରୋନିକା ତାଙ୍କ ପୁଅ ସହିତ ମୋଲଡୋଭାରେ ପହଞ୍ଚିଲେ, ଏବଂ ସେଠାରୁ ସ୍ବିଜରଲ୍ୟାଣ୍ଡର ଜେନେଭାକୁ। ପୁଅକୁ ଜେନେଭାରେ ଛାଡ଼ି ଭେରୋନିକା ମହିଳା ଅଧିକାର ଆଟର୍ଣ୍ଣି ଗ୍ଲୋରିଆ ଆଲରେଡଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଆମେରିକା ଆସିଥିଲେ। ଭେରୋନିକା କହିଛନ୍ତି ଯେ ସେ ପୁଅକୁ ଜେନେଭାରେ ଛାଡି ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପାଇଁ ଯନ୍ତ୍ରଣାଦାୟକ ନିଷ୍ପତ୍ତି ନେଇଛନ୍ତି। କାରଣ ବିଶ୍ୱ ମହିଳା ଦିବସରେ ସେ ନିଜ ମାତୃଭୂମିର ସାମ୍ପ୍ରତିକ ଅବସ୍ଥା ବିଷୟରେ କହିବା ଆବଶ୍ୟକ ବୋଲି ମନେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri