ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହି ସମୟରେ, ପୂର୍ବତନ ମିସ୍‌ ୟୁକ୍ରେନ ଭେରୋନିକା ଡିଡୁସେଙ୍କୋ ମଧ୍ୟ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଭେରୋନିକା ବର୍ତ୍ତମାନ ଆମେରିକାରେ ଅଛନ୍ତି ଏବଂ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଯନ୍ତ୍ରଣା ପ୍ରକାଶ କରିଥିବାବେଳେ ସେ ସାହାଯ୍ୟ ପାଇଁ ଅନ୍ୟ ଦେଶକୁ ନିବେଦନ କରିଛନ୍ତି।

ମିସ୍‌ ୟୁକ୍ରେନ ୨୦୧୮ ଭେରୋନିକା ଡିଡୁସେଙ୍କୋ କହିଛନ୍ତି ଯେ, ଆକ୍ରମଣର ପ୍ରଥମ ଦିନରେ ସେ ଏବଂ ତାଙ୍କ ୭ ବର୍ଷର ପୁଅ ଏୟାର ରେଡ୍‌ ସାଇରନ ଏବଂ ବିସ୍ଫୋରଣର ଶବ୍ଦରେ ଉଠିପଡ଼ିଲେ। ଏହା ପରେ ସେ ସଙ୍ଗେ ସଙ୍ଗେ ଘର ଖାଲି କରିଦେଲେ ଏବଂ ହଜାର ହଜାର ଲୋକଙ୍କ ସହ ଚାଲିଚାଲି ୟୁକ୍ରେନ ସୀମାକୁ ଗଲେ। ସେ କହିଛନ୍ତି, ଏପରି କୌଣସି ସ୍ଥାନ ନ ଥିଲା ଯେଉଁଠାରେ ସାଇରନ, ରକେଟ କିମ୍ବା ବୋମା ବିସ୍ଫୋରଣ ଶୁଣାଯାଇ ନ ଥିଲା। ଏହା ଅତ୍ୟନ୍ତ ଭୟାନକ ଦୃଶ୍ୟ ଥିଲା।

ଭେରୋନିକା ତାଙ୍କ ପୁଅ ସହିତ ମୋଲଡୋଭାରେ ପହଞ୍ଚିଲେ, ଏବଂ ସେଠାରୁ ସ୍ବିଜରଲ୍ୟାଣ୍ଡର ଜେନେଭାକୁ। ପୁଅକୁ ଜେନେଭାରେ ଛାଡ଼ି ଭେରୋନିକା ମହିଳା ଅଧିକାର ଆଟର୍ଣ୍ଣି ଗ୍ଲୋରିଆ ଆଲରେଡଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଆମେରିକା ଆସିଥିଲେ। ଭେରୋନିକା କହିଛନ୍ତି ଯେ ସେ ପୁଅକୁ ଜେନେଭାରେ ଛାଡି ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପାଇଁ ଯନ୍ତ୍ରଣାଦାୟକ ନିଷ୍ପତ୍ତି ନେଇଛନ୍ତି। କାରଣ ବିଶ୍ୱ ମହିଳା ଦିବସରେ ସେ ନିଜ ମାତୃଭୂମିର ସାମ୍ପ୍ରତିକ ଅବସ୍ଥା ବିଷୟରେ କହିବା ଆବଶ୍ୟକ ବୋଲି ମନେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri