ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର, ୩।୫: ପୂର୍ବତନ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ତଥା ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ ଲକ୍ଷଣ ଦେଖାଦେବାରୁ କୋଭିଡ୍‌ ପରୀକ୍ଷା କରିବା ପରେ ପଜିଟିଭ୍‌ ବାହାରିଥିବା ସେ ଶନିବାର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି।