ଚର୍ଚ୍ଚାରେ ପୂର୍ବତନ ଆଇଆଇସି: ହେଡ୍‌କ୍ୱାଟର ବଦଳି ପରେ ଏବେ ନିଲମ୍ବନ ….

ବଡ଼ଚଣା,୧୩।୯: ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ନିଲମ୍ବନ କରାଯାଇଛି। ମଧୁସ୍ମିତା ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଦର ଅପବ୍ୟବହାର କରିବା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ନିକଟରେ ପୂର୍ବତନ ଆଇଆଇସି ଚର୍ଚ୍ଚାକୁ ଆସିଥିଲେ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।ନିକଟରେ ଏକ କଣ୍ଟେନରରୁ ୭୬ ଗୋରୁଙ୍କୁ ଆଇଆଇସି ଉଦ୍ଧାର କରିଥିଲେ।ସେଥିରୁ ୨୮ ଗାଈଙ୍କ ମୃତ୍ୟୁ ହୋଇଥିଲା। ସୁସ୍ଥ ଥିବା ୪୮ ଗୋମାତାଙ୍କୁ ଚୌଦ୍ୱାର ଗୋଶାଳାକୁ ପଠାଯାଇଥିଲା। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରୁ (ୟୁପି୨୮ସିଟି୦୪୪୧) କଣ୍ଟେନରରେ କୋଲକାତାକୁ ଗୋଚାଲାଣ କରାଯାଉଥିଲା। ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଡ଼ିର ପିଛା କରି ୫୩ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ-ବେଣାପୁର ପୋଲ ନିକଟରେ ଗାଡ଼ିକୁ ଅଟକାଇଥିଲେ। ବେଆଇନ ଗୋଚାଲାଣ ହେଉଥିବା ଜାଣି ସେ ଗାଡ଼ିକୁ ଥାନାକୁ ଆଣିଥିଲେ। ଗୋମାତାଙ୍କୁ ଗାଡ଼ିରୁ ଉଦ୍ଧାର କରିବାବେଳେ ସେଥିରୁ ୨୮ ଗୋରୁ ଶ୍ୱାସ ରୁଦ୍ଧହୋଇ ମରିଯାଇଥବା ଦେଖିବାକୁ ମିଳିଥିଲା। ବଡ଼ଚଣା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟାରେ ମୃତ ଗୋମାତାଙ୍କୁ ଖଇରା ପଡ଼ିଆରେ ପୋତାଯାଇଥିଲା। ତେବେ ଏହି ସମୟରେ ଆଇଆଇସି ଭୋଭୋ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରଶଂସା କରିବା ସହ ଗୋ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରଥିଲେ। ଘଟଣାର ଖୁବ୍‌ କମ୍‌ ଦିନ ମଧ୍ୟରେ ତାଙ୍କୁ ବଦଳି କରାଯାଇଥିଲା। ଏନେଇ ବଡ଼ଚଣା ପରିସରରେ ଲୋକେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ସେମାନେ ଆଇଆଇସିଙ୍କ ବଦଳିକୁ ଗ୍ରହଣ କରପାରି ନଥିଲେ।ତେବେ ପରେ ହଠାତ ଆଇଆଇସିଙ୍କ ନିଲମ୍ବନକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଉପରୁ ଚାପ ପଡ଼ିଥିବା ମଧ୍ୟ ଚର୍ଚ୍ଚାହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri