ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ପରଲୋକ

ବଲାଙ୍ଗୀର,୨୧ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର (୬୩)ଙ୍କ ଶୁକ୍ରବାର ପରଲୋକ ହୋଇଛି। ସ୍ଥାନୀୟ ମହାରାଣୀ ସାଗର ଆଡ଼ିବନ୍ଧରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିବା ବେଳେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ। ସେଠାରୁ ତାଙ୍କୁ କିଛି ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୮୫ରେ ବଲାଙ୍ଗୀର ସହରର ୧୩ ନମ୍ବର ଓ୍ବାର୍ଡ଼ରେ କଂଗ୍ରେସ କାଉନସିଲର ଭାବେ ସେ ନିର୍ବାଚିତ ହୋଇ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ସେ ଜଣେ ସୁସଙ୍ଗଠକ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଶୋକ ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Share