କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବରଗଡ଼ ଜିଲା ସଭାପତି ନିହାର ମହାନନ୍ଦ

ବରଗଡ଼,୧୨ା୨(ପ୍ରେମାନନ୍ଦ ଖମାରୀ): କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରମୁଖଙ୍କ ନିକଟକୁ ପଠାଇଛନ୍ତି।

ପ୍ରକାଶଥାଉକି, ରବିବାର କଂଗ୍ରେସ ନିହାରଙ୍କୁ ଜିଲା ସଭାପତି ପଦବୀରୁ ହଟାଇଥିଲା ଏବଂ ଦଳ ସେହି ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲା ସଭାପତି ଭାବେ ଅବସ୍ଥାପିତ କରିଥିଲା। ଏହାର ଦିନକ ପରେ ନିହାରଙ୍କ ଇସ୍ତଫା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ନିହାର ଆଗକୁ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଲୋକେ ଯାହା ଚାହିଁବେ, ସେ ସେହି ନିଷ୍ପତ୍ତି ନେବେ ବୋଲି ନିହାର କହିଛନ୍ତି।

Share
Tags: CONGRESS