ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍‌. ସୁବାସ ଚନ୍ଦ୍ର ବୋଷଙ୍କ ଏକ ଦୁର୍ନୀତି ମାମଲାର ରାୟ ଗୁରୁବାର ଜୟପୁର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଶୁଣାଇ ଉଭୟଙ୍କୁ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ, ୨୦୦୯ ଜୁନ୍‌ରେ ଶରତ କୁମାର ପଣ୍ଡା ସରକାରୀ ଜମିରେ ଥିବା ଗଛ କାଟିବା ପାଇଁ ଶ୍ରୀ ବୋଷ୍‌ଙ୍କୁ ଅନୁମତି ଦେଇ ସେହି କାଠ ଗଣ୍ଡିଗୁଡିକୁ ଠିକାଦାର ବୋଷ୍‌ଙ୍କୁ ଦେଇଥିଲୋ ଦୁର୍ନୀତି ନିବାରଣ ବିଭାଗକୁ ଏ ସମ୍ବନ୍ଧରେ ଅଭିଯୋଗ ହେଲା ପରେ ତଦନ୍ତ କରି ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଜଙ୍ଗଲ ଆଇନ ୧୯୭୨ ଅନୁଯାୟୀ, ଆଜି ଶ୍ରୀ ପଣ୍ଡାଙ୍କୁ ୪ଟି ଧାରାର ବିଚାର କରାଯାଇ ଦୁଇବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଅର୍ଥ ଅନାଦେୟରେ ୬ ମାସ ଅଧିକ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି ଜଙ୍ଗଲ ଠିକାଦାର ସୁବାସ ଚନ୍ଦ୍ର ବୋଷଙ୍କୁ ତିନୋଟି ମାମଲାର ଶୁଣାଣି କରାଯାଇ ଗୋଟିଏ ମାମଲାରେ ଦୁଇବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା, ଅନ୍ୟ ଏକ ମାମଲାରେ ୧ ବର୍ଷ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଓ ତୃତୀୟ ମାମଲାରେ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri