ଭୁଲିଗଲେ ଓଡ଼ିଆ ଅସ୍ମିତା, ବେଙ୍ଗଲୀ ଭାଷାରେ ଆରୋପ ପ୍ରତ୍ୟାରୋପ କଲେ ଶାସକ ବିରୋଧୀ ବିଧାୟକ

ଭୁବନେଶ୍ୱର,୨୮ା୧୧: ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ସମ୍ବନ୍ଧୀୟ ଆଲୋଚନା ସମୟରେ ଏହି ଘଟଣା ଘଟିଥିଲା। ବିରୋଧୀ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବଙ୍ଗାଳି ଭାଷାରେ ଏକ ଢଗ କହି ସରକାରଙ୍କୁ ପ୍ରଶ୍ନ କରିଥିଲେ। “ଯଦି ହିସାବ କିତାବ ଠିକ ଅଛେ, ଛେଲେ ଡୁବଛେ କେନ’” (ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି?)

ରଣେନ୍ଦ୍ର ସ୍ୱାଇଁଙ୍କ ବଙ୍ଗାଳିରେ କଟାକ୍ଷ ପରେ, ଶାସକ ଦଳ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବଙ୍ଗାଳି ଭାଷାରେ ହିଁ ପାଲଟା ଜବାବ ଦେଇଥିଲେ।

ଓଡ଼ିଶାର ଗୌରବ ଓ ସ୍ୱାଭିମାନର ପ୍ରତୀକ ଏହି ବିଧାନସଭା ଗୃହରେ ଓଡ଼ିଆ ପରିବର୍ତ୍ତେ ବଙ୍ଗାଳି ଭାଷାରେ ଆରୋପ ପ୍ରତ୍ୟାରୋପ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

Share