ଭୁଲିଗଲେ ଓଡ଼ିଆ ଅସ୍ମିତା, ବେଙ୍ଗଲୀ ଭାଷାରେ ଆରୋପ ପ୍ରତ୍ୟାରୋପ କଲେ ଶାସକ ବିରୋଧୀ ବିଧାୟକ 

ଭୁବନେଶ୍ୱର,୨୮ା୧୧: ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ସମ୍ବନ୍ଧୀୟ ଆଲୋଚନା ସମୟରେ ଏହି ଘଟଣା ଘଟିଥିଲା। ବିରୋଧୀ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବଙ୍ଗାଳି ଭାଷାରେ ଏକ ଢଗ କହି ସରକାରଙ୍କୁ ପ୍ରଶ୍ନ କରିଥିଲେ। “ଯଦି ହିସାବ କିତାବ ଠିକ ଅଛେ, ଛେଲେ ଡୁବଛେ କେନ’” (ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି?)

ରଣେନ୍ଦ୍ର ସ୍ୱାଇଁଙ୍କ ବଙ୍ଗାଳିରେ କଟାକ୍ଷ ପରେ, ଶାସକ ଦଳ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବଙ୍ଗାଳି ଭାଷାରେ ହିଁ ପାଲଟା ଜବାବ ଦେଇଥିଲେ।

ଓଡ଼ିଶାର ଗୌରବ ଓ ସ୍ୱାଭିମାନର ପ୍ରତୀକ ଏହି ବିଧାନସଭା ଗୃହରେ ଓଡ଼ିଆ ପରିବର୍ତ୍ତେ ବଙ୍ଗାଳି ଭାଷାରେ ଆରୋପ ପ୍ରତ୍ୟାରୋପ ହେବା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ଏହିଦିନ ମିଳିବ ନୂଆ ବହି

ଭୁବନେଶ୍ୱର,୫।୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା...

ଇଣ୍ଡିଗୋ ବିମାନ ସଙ୍କଟ: ପାଇଲଟଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୧୨: ଦେଶର ସର୍ବବୃହତ୍ ବଜେଟ୍ ବିମାନସେବା ଇଣ୍ଡିଗୋ ରେ ଲଗାତାର ତୃତୀୟ ଦିନ ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ପରେ, ବିମାନ ଚଳାଚଳ ନିୟାମକ...

ମୋ ଝିଅକୁ ପ୍ୟାଡ୍‌ ଦିଅ… ଇଣ୍ଡିଗୋ ବିମାନ ବିଳମ୍ବ ମଧ୍ୟରେ ହୃଦୟ ବିଦାରକ VIDEO ଭାଇରାଲ

ନୂଆଦିଲ୍ଲୀ,୫।୧୨: ଦେଶରେ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବିଷୟରେ ବହୁତ ଆଲୋଚନା ହେଉଥିବାବେଳେ, ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି। ବିମାନବନ୍ଦର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଭାରତରେ ବଡ଼ ଘୋଷଣା କରିଦେଲେ ପୁଟିନ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୫।୧୨: ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଏହାର ଆନୁଷ୍ଠାନିକ ଏବଂ କୂଟନୈତିକ ଶୀର୍ଷରେ ପହଞ୍ଚିଛି। ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀଙ୍କ...

ଇଣ୍ଡିଗୋ ବିମାନ ବାତିଲ୍; ନିଜ ରିସେପ୍ସନ୍‌ରେ ଅନ୍‌ଲାଇନ୍ ସାମିଲ ହେଲେ ଓଡ଼ିଶାର ଏହି ଦମ୍ପତି

ଭୁବନେଶ୍ୱର,୫।୧୨: ବିମାନ ବାତିଲ୍ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri