FILE - In this March 16, 2020, file photo, Neal Browning receives a shot in the first-stage safety study clinical trial of a potential vaccine for COVID-19, the disease caused by the new coronavirus, at the Kaiser Permanente Washington Health Research Institute in Seattle. The vaccine by Cambridge, Massachusetts-based Moderna Inc., generated antibodies similar to those seen in people who have recovered from COVID-19 in a study of volunteers who were given either a low or medium dose. (AP Photo/Ted S. Warren, File)
କଟକ, ୫ା୨- ପଞ୍ଜୀକରଣ କରି ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳିବ ନାହିଁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ରାଜ୍ୟରେ ଟିକାକରଣରେ ପଛରେ ରହିଛି କଟକ ଜିଲା। ଏଣୁ ଜିଲାରେ ଟିକାକରଣ ହାର ବଢ଼ାଇବା ଲାଗି ଜିଲାପାଳ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି କି ଏ ସଂକ୍ରାନ୍ତରେ ଜିଲାପାଳ କଟକ ମ୍ୟୁନିସିପାଲ କମିଶନର, ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷ ଓ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି।
ଡିଜିଟାଲ ରେଜିଷ୍ଟ୍ରେଶନ କରି ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଟିକା ନେଉ ନ ଥିବା ଜଣାପଡ଼ିଛି। ୧୦ ତାରିଖ ସୁଦ୍ଧା ଟିକା ନ ନେଇଥିବା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଦରମା ଉଠାଇ ପାରିବେ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।