୫ ମହାନଗର ନିଗମ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ। ‘ନଗର ବନ’ଯୋଜନାରେ ଏଥିପାଇଁ ୧୩ କୋଟି ୮୪ଲକ୍ଷ ଟଙ୍କା ବିନିଯୋଗ ହେବ। ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭ୍‌ଡ଼େକରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି।
ସୋମବାର ଭିଡିଓ କନ୍‌ଫରେନ୍ସରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଜାଭଡେକର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲ ସମ୍ପଦ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ଚଳିତବର୍ଷ ପ୍ରୋଜେକ୍ଟ ଡଲ୍‌ଫିନ୍‌ ଓ ପ୍ରୋଜେକ୍ଟ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଏମାନଙ୍କ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ତାଙ୍କ ସହ ଆଲୋଚନାବେଳେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଆରୁଖ କହିଥିଲେ, ଓଡ଼ିଶାରେ ୩୩.୧୫% ଜଙ୍ଗଲ ବୃଦ୍ଧି ହୋଇଛି। ବିଗତ ୨୦ବର୍ଷ ମଧ୍ୟରେ ୪,୫୮୬ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଥିବାବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୧ବର୍ଗ କିମି ବଢ଼ିଛି। ବାତ୍ୟା, ବନ୍ୟା ଆଦି ନାନା ପ୍ରାକୃତିକ ଦୁର୍ବିପାକ ସତ୍ତ୍ୱେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଦେଇଥିବା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଚାରା ରୋପଣ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧ଲକ୍ଷ ୧୦ହଜାର ହେକ୍ଟରରେ ଜଙ୍ଗଲ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଓଡ଼ିଶା ୧ଲକ୍ଷ ୩୦ହଜାର ହେକ୍ଟରରେ ଚାରା ରୋପଣ କରିଛି। ୧୩କୋଟି ୭୦ଲକ୍ଷ ଚାରା ଉପତ୍ାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି। ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ। ଯେଉଁ ବିଦ୍ୟାଳଗୁଡ଼ିକରେ ଇକୋ-କ୍ଲବ୍‌ଗୁଡ଼ିକ ଭଲ ବୃକ୍ଷରୋପଣ କରୁଛନ୍ତି, ସେସବୁ ବିଦ୍ୟାଳୟକୁ ‘ବିଦ୍ୟାଳୟ ନର୍ସରୀ ଯୋଜନା’ ପାଇଁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ଦେବାପରେ ଏସବୁ ବିଦ୍ୟାଳୟ ନର୍ସରୀ ବୃକ୍ଷରୋପଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ସେହିଭଳି ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଟିମ୍ବର ଟ୍ରାନ୍ସପୋର୍ଟ ପାଇଁ ଅନ୍‌ଲାଇନ୍‌ ପର୍‌ମିଟ୍‌ ପୋର୍ଟାଲ ଲୋକାର୍ପିତ ହୋଇସାରିଛି। ଜାତୀୟ ଟ୍ରାଞ୍ଜିଟ ପାସ୍‌ ସିଷ୍ଟମ୍‌ ପୋର୍ଟାଲକୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ତା’ ସହିତ ଆମର ପୋର୍ଟାଲକୁ ସଂଯୁକ୍ତ କରାଯାଇଛି। ଏହାଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟଯୁକ୍ତ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ମଧ୍ୟ କାଟିବା ଓ ବିକ୍ରିର ଅନୁମତି ଦିଆଯାଇପାରିବ। ରାଜ୍ୟରେ ୧,୩୧୫ ମେଟ୍ରିକ ଟନ୍‌ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି। ଏହାକୁ ବିକ୍ରିି କରିବା ପାଇଁ କେନ୍ଦ୍ର ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ କହିଛନ୍ତି। ଅନ୍ୟପକ୍ଷରେ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ମହାନଦୀ ଦୁଇ ପାର୍ଶ୍ୱରେ ସମ୍ପ୍ରତି ଚାରା ରୋପଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କାମ୍ପା ପାଣ୍ଠିରୁ ଆବଶ୍ୟକ ଅନୁଦାନ ପ୍ରଦାନ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?