କାକଟପୁର ଅଞ୍ଚଳରୁ ଲୋପପାଉଛି ଜଙ୍ଗଲ

କାକଟପୁର,୧୪।୮(ଶୁଭଦର୍ଶନ ମିଶ୍ର): ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଗଛ କଟା ଯିବା ମାନବ ସମାଜ ପାଇଁ ବଡ଼ ବିପଦ ସାଜିଛି। କାକଟପୁର- ନିମାପଡ଼ା ଓ କାକଟପୁର- କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଶହ ଶହ ଗଛ ରାସ୍ତା ପ୍ରଶସ୍ତୀକରଣ ନାମରେ କଟା ଯାଇଛି। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ହେଲେ, ଏ ପର୍ଯ୍ୟନ୍ତ ଗୋଟିଏ ବି ଗଛ ଲଗା ଯାଇନାହିଁ। କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବେଆଇନ କରତକଳ ଚାଲିଛି। ଗୋଲରାଗଡ଼, ଗଡନୟରଛଡାର ଶହ ଶହ ଏକର ଜମିରେ ଥିବା ମୂଲ୍ୟବାନ ଗଛର ଘଞ୍ଚ ଜଙ୍ଗଲ କୁଣ୍ଢେଇଲ ଓ ଅଭୟାରଣ୍ୟରୁ କାଠ ମାଫିଆ ଦିନରାତି କାଠ ଚୋରି କରିବାରେ ଲାଗିଛନ୍ତି। ଜଙ୍ଗଲ ସହ ବିଭିନ୍ନ ଲୋକଙ୍କ ବାଡ଼ି ବଗିଚାରୁ ଜୀବନ୍ତ ଗଛଗୁଡ଼ିକ କାଟି ପଦା କରି ଚାଲିଛନ୍ତି। ହେଲେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପାଣିଛତ୍ର ତଥ୍ୟ ଅନୁଯାୟୀ, କାକଟପୁର ଅସ୍ତରଙ୍ଗ ଅଞ୍ଚଳରେ ଗୋଟିଏ ବି ବେଆଇନ କରତକଳ ନାହିଁ। ବର୍ତ୍ତମାନ ଅବାଧରେ କଟାଯାଉଥିବା ଗଛ ରାକେଟରେ କେତେଜଣ ରାଜନେତା, ବନକର୍ମଚାରୀ, କରତକଳ ମାଲିକ ଏବଂ କାଠ ମାଫିଆ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ବେଆଇନ କରତକଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଥିବାବେଳେ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଏଥିପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଜଣାପଡ଼ିଛି। ଗଛ କଟା ବୃଦ୍ଧି ଯୋଗୁ ଉପରୋକ୍ତ ବ୍ଲକ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ଦିନକୁଦିନ ଲୋପ ପାଇବାରେ ଲାଗିଛି। ଫଳରେ ବନ୍ୟଜନ୍ତୁ ଗଁାମୁହଁା ହେଉଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଇସେନ୍ସପ୍ରାପ୍ତ କରତକଳଗୁଡ଼ିକୁ ସ୍ବତନ୍ତ୍ର ଶିଳ୍ପାଞ୍ଚଳରେ ଥଇଥାନ କରିବା ପରିବର୍ତ୍ତେ ବନବିଭାଗର ପରୋକ୍ଷ ସହାୟତାରେ ବେଆଇନ କରତକଳଗୁଡ଼ିକ କୁଟୀରଶିଳ୍ପରେ ପରିଣତ କରୁଛି। କାଠ ମାଠିଆମାନେ ଟ୍ରାକ୍ଟର ମାଧ୍ୟମରେ ଟ୍ରିପ ଟ୍ରିପ ଚୋରାକାଠ ଜିଲା ବାହାରକୁ ଚାଲାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri