କାର୍ଯ୍ୟରେ ଅବହେଳା ପାଇଁ ବନପାଳ ନିଲମ୍ବିତ

କେନ୍ଦୁଝର,୨୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କାର୍ଯ୍ୟରେ ଅବହେଳା,ଅନିୟମିତତା,ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି ପାଇଁ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରୀର ବନପାଳ ଜ୍ୟୋତ୍ସାରାଣୀ ବେହେରାଙ୍କୁ ଡିଏଫଓ ତାଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫ ତା ୨୨/୦୧/୨୦୨୫ରେ ନିଲମ୍ବିତ କରିଛନ୍ତି। ନିଲମ୍ବନ ପରେ ତାଙ୍କୁ ବନଖଣ୍ଡ କାର୍ଯ୍ୟାଳୟରେ ଯୋଗ ଦେବାକୁ ଆଦେଶ ହୋଇଛି। ନିଲମ୍ବିତ ବନପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ କେନ୍ଦୁଝର ଡିଭିଜନ ଅଫିସ ଧାର୍ଯ୍ୟ କରାଯାଇଛି। ପଦ୍ମପୁର ମେଗା ନର୍ସରୀରେ ଶ୍ରମିକ ନିୟୋଜନ କାର୍ଯ୍ୟରେ ସରକାରୀ ଅର୍ଥ ତୋଷାରପାତ କରିବା ସହ ନକଲି ଭାଉଚର,କାଗଜପତ୍ର ଦେଇଥିବା ଯାଂଚ ବେଳେ ଜଣାପଡିଛି।
ସଠିକ ତଦାରଖ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ୨୦୦୦ ଚାରା ନଷ୍ଟ ହେବା ଫଳରେ ସରକାରଙ୍କ କ୍ଷତି ହୋଇଛି। ଉପରସ୍ଥ ବରିଷ୍ଠ ଅଧିକାରୀଙ୍କ ଆଦେଶକୁ ଅବମାନନା କରିଥିବାରୁ ବହୁ ଚାରା ନଷ୍ଟ ହୋଇଛି। ମେଗା ନର୍ସରୀ କ୍ୟାମ୍ପସ ପରିସର ଏବଂ ବାହାରେ ବହୁ ସଂଖ୍ୟାରେ ପଲିଥିନ ବ୍ୟାଗ ନଷ୍ଟ ହୋଇ ପଡିଛି। ଏତଦ୍ବ୍ୟତିତ ପୁରୁଣା ଚାରା ଏବଂ ନୂତନ ଭାବେ କାମ୍ପା ଅନୁଦାନରେ ଲାଗିଥିବା ଚାରାକୁ ଆବଶ୍ୟକ ପାଣି ଏବଂ ଜଗାରଖା ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି। ନର୍ସରୀରେ ଥିବା ୪୦ହଜାର ଚାରାକୁ ଷ୍ଟକରେ ଦର୍ଶା ଯାଇ ନ ଥିବାବେଳେ ଏହାକୁ ଜାଣିଶୁଣି ଲୁଚାଯାଇଥିବା ଏବଂ ଉପରସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯାଇନଥିବା ଜଣାପଡିଛି।
ଘଟଣାରୁ ପ୍ରକାଶଯେ, ଡିଏଫଓ ଧନରାଜ ଏଚଡି ପଦ୍ମପୁର ମେଗା ନର୍ସରୀକୁ ୧୦/୧୨/୨୦୨୪ରେ ମେଗା ନର୍ସରୀକୁ ପରିଦର୍ଶନରେ ଯିବା ସମୟରେ ଏହି ସବୁ ଅନିୟମିତତା ପରିଲକ୍ଷିତ ହୋଇଥିଲା ଏବଂ ସେହି ଅନିୟମିତତାକୁ ନେଇ ବନପାଳଙ୍କୁ ନିଲମ୍ବନ କରିଥିବା ଜଣାପଡିଛ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri