ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା।
ଭୁବନେଶ୍ବର ସମେତ ଜଗତସିଂହପୁର ଓ ସେମିଳିଗୁଡ଼ାରେ ୭ଟି ଦାମୀ ପ୍ଲଟ୍ ରହିଛି। ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ମଧ୍ୟ ଠାବ ହୋଇଥିଲା ବେଳେ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ ହିଅଛି।

ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ମୁଖ୍ୟ ସମ୍ପତ୍ତି ଗୁଡିକ ହେଉଛି, ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳରେ ୨ଟି ବିଶାଳ ତିନି ମହଲା କୋଠା (ପ୍ରତ୍ୟେକ ୪୦୫୦ ବର୍ଗଫୁଟ୍)। ଭୁବନେଶ୍ୱରର ପ୍ରମୁଖ ସ୍ଥାନ, ଜଗତସିଂହପୁର ସହର ଓ ସେମିଳିଗୁଡ଼ାରେ ମୋଟ ୭ଟି ଦାମୀ ପ୍ଲଟ୍। ସେମିଳିଗୁଡ଼ାରେ ଆଉ ଗୋଟିଏ ଘର (ପ୍ରାୟ ୧୨୫୦ ବର୍ଗଫୁଟ୍)।

ଏଥିସହିତ ପ୍ରାୟ ୧ କିଲୋଗ୍ରାମ (କେଜିଏ) ସୁନା ଅଳଙ୍କାର। ଘରୁ ରୂପା ହାତୀ ସମେତ ଅନେକ ରୂପା ସାମଗ୍ରୀ ମଧ୍ୟ ଜବତ ହୋଇଛି। ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଏବଂ କିଛି ବିଦେଶୀ ମୁଦ୍ରା। ଗୋଟିଏ ଟାଟା ହାରିଅର୍ ୪-ଚକିଆ ଗାଡ଼ି ସହ ୩ଟି ୨-ଚକିଆ ଗାଡ଼ି ଠାବ ହୋଇଛି।

ସୂଚନାଯୋଗ୍ୟ, ଫରେଷ୍ଟର ନିରଞ୍ଜନ ଶତପଥୀ ୧୯୮୮ ମସିହା ଜାନୁଆରୀ ୨୫ ତାରିଖରେ ମାତ୍ର ୬୨୫ ଟଙ୍କା ପ୍ରାରମ୍ଭିକ ମାସିକ ଦରମାରେ କୋରାପୁଟ ବନଖଣ୍ଡରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ।

ଅଭିଯୁକ୍ତଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଭିଜିଲାନ୍ସ ବୈଷୟିକ ବିଭାଗ ଦ୍ୱାରା କରାଯାଉଛି। ଚଢ଼ାଉ ଜାରି ରହିଥିବା ଏବଂ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Share