ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଘଟଣା ଅନୁଯାୟୀ, ବାନ୍ଧାହାଲ ସେକ୍ସନର ଫରେଷ୍ଟର ଜଣେ ବ୍ୟକ୍ତିଙ୍କଠାରୁ ଶୁଖିଲା ଇଉକାଲ୍‌ ପଟାସ ଗଛ କାଟିବା ଓ ପରିବହନ ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଆଗରୁ ଭିଜିଲାନ୍ସକୁ ସୂଚନା ଦେଇ ସାରି ଶୁକ୍ରବାର ଫରେଷ୍ଟର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା। ଫଳରେ ସାହୁ ଫେରାର ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ସାହୁଙ୍କୁ କାବୁ କରି ନେଇଥିଲେ। ଏହା ସହିତ ରାଉରକେଲାଠାରୁ ଆସିଥିବା ଭିଜିଲାନ୍ସ ଟିମ୍‌ କେସ୍‌ ନମ୍ବର ୧୩/୨୫ ରେ ଏକ ମାମଲା ରୁଜୁ କରି ଫରେଷ୍ଟର ଗୌରାଙ୍ଗ ସାହୁଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି।

Dharitri – Odisha’s No.1 Odia Daily

Share