ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଗତ ୨୦୨୪-୨୫ରେ ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲ୍‌ ଓ ଜବ କାର୍ଡ ଦେଖାଇ ଏହି ଟଙ୍କାକୁ ସେ ଆତ୍ମସାତ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜରେ ହାତୀର ଗତିବିଧି ତଦାରଖ କରିବା ପାଇଁ ନିୟୋଜିତ ଥିଲେ।

Dharitri – Odisha’s No.1 Odia Daily

Share