ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌: ସ୍ବର୍ଣ୍ଣପଦକ ଜିତିଲେ ଡିଏଫ୍‌ଓ

ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର, ଏସିଏଫ୍‌, ଡିଏଫ୍‌ଓ, କର୍ମଚାରୀ ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ବିଜୟୀ ହୋଇଛନ୍ତି ।

ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡକୁ ୬ଟି ପଦକ ମିଳିଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡକୁ ୮ଟି ପଦକ ମିଳିଛି। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରିଣୀ ବିପାସା ପାରୁଲ (ଆଇ.ଏଫ୍‌.ଏସ୍‌) ଟେବୁଲ ଟେନିସ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ଦୁଇଟି ପଦକ ପାଇଛନ୍ତି। ଏଥିସହ ବନରକ୍ଷୀ ଚୁମ୍‌କି ନାୟକ ଚେସ୍‌ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଦୁଇଟି ପଦକ ପାଇଛନ୍ତି। ରାଜ କିଶୋର ବେହେରା ଲଙ୍ଗ୍‌ଜମ୍ପ୍‌ ଏବଂ ଟ୍ରିପଲ ଜମ୍ପ୍‌ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଦୁଇଟି ପଦକ ବିଜୟୀ ହୋଇଛନ୍ତି। ଧନେଶ୍ୱର ମିଞ୍ଜ୍‌ ୮୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ, ପିଣ୍ଟୁ ସେଠୀ ସାଇକେଲ ଚାଳନାରେ ସିଲଭର୍‌ ପଦକ ବିଜୟୀ ହୋଇଛନ୍ତି।

ସେହିଭଳି ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ଡେପୁଟି ରେଞ୍ଜର ପ୍ରଶାନ୍ତ ବେହେରା ୨ଟି ପଦକ ବିଜୟୀ ହୋଇଥିବା ବେଳେ ବନରକ୍ଷୀ ପି. ମୋହନ ଗୋଟିଏ, ସୋନମ କହଁର ୨ଟି ଓ ବନପାଳ ଦିଲ୍ଲୀପ ଦାସ ଗୋଟିଏ ପଦକ ବିଜୟୀ ହୋଇଛନ୍ତି। ଦୁଇ ବନଖଣ୍ଡର କର୍ମଚାରୀ ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟ୍‌ରେ ପଦକ ବିଜୟୀକୁ ନେଇ ସମସ୍ତ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri