ଗୁରୁତର ବନପାଳ ଭୁବନେଶ୍ୱର ସ୍ଥାନାନ୍ତର

ଭଞ୍ଜନଗର, ୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବା ସମୟରେ ଶୁକ୍ରବାର ଆହତ ହୋଇଥିବା ବନପାଳ କଳାବଦନ ଦାସଙ୍କୁ ଶନିବାର ବ୍ରହ୍ମପୁରରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବ୍ରାହ୍ମଣ ସାହି ଜଙ୍ଗଲରେ ନିଆଁ ଲିଭାଉ ଥିବା ବେଳେ ଏକ ଭାଲୁ ଜୀବନ ରକ୍ଷା ପାଇଁ ଜଙ୍ଗଲରୁ ବାହାରି ଆସି କଳା ବଦନଙ୍କୁ ଆକ୍ରମଣ କରିଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଅପରପକ୍ଷେ ଏହି ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଗତ ୩ ଦିନ ମଧ୍ୟରେ ୧୦ ରୁ ଉଦ୍ଧର୍‌ବ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ହଠାତ ଶୁକ୍ରବାର ଆଉ ୨୨ ଟି ନୂଆଁ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ସେଥିମଧ୍ୟରୁ ମୁଜାଗଡ ରେଞ୍ଜ ରମ୍ଭାବାଲି, ବିଞ୍ଜିଗିରି, ମୁଜାଗଡ଼, ଦୁର୍ଗାପ୍ରସାଦ, ବିରିପଦର ଜଙ୍ଗଲ ସମେତ ୮ ଟି ସ୍ଥାନରେ ନିଆଁ ଲାଗିଛି। ତାରସିଂ ରେଞ୍ଜର ବ୍ରାହ୍ମଣସାହି, ଗାୟଗଣ୍ଡା ସମେତ ୪ ଟି ଜଙ୍ଗଲ ଜଳୁଛି। ଗାଲେରୀ ରେଞ୍ଜର ୪ ଟି ଜଙ୍ଗଲ, ଜଗନ୍ନାଥପ୍ରସାଦ ରେଞ୍ଜର ୨ ଟି ଏବଂ କେନ୍ଦ୍ରୀୟ ବନାଞ୍ଚଳ ର ଲାଠିପଡ଼ା ସମେତ ୪ ଟି ଜଙ୍ଗଲରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟରୁ ଜଣାପଡିଛି। ନିଆଁକୁ ଦମନ କରିବା ପାଇଁ ଡିଏଫ୍‌ଓ, ଏସିଏଫ୍‌, ରେଞ୍ଜର ମାନେ ବିଭାଗୀୟ କର୍ମଚାରୀ ଏବଂ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଧରି ନିଆଁକୁ ଦମନ ପାଇଁ ଚେଷ୍ଟା ଚଳାଇଛନ୍ତି। ୨୨ ସ୍ଥାନ ମଧ୍ୟରୁ ୨୦ ସ୍ଥାନରେ ବିଭାଗୀୟ କର୍ମଚାରୀ ଆଜି ପହଞ୍ଚି ନିଆଁ କୁ ଦମନ ପାଇଁ ଚେଷ୍ଟା ଚଳାଇଛନ୍ତି । ଆଉ ଦୁଇଟି ସ୍ଥାନରେ ଖବର ଲେଖା ହେବା ସୁଧା କର୍ମଚାରୀ ମାନେ ପହଞ୍ଚି ପାରିନଥିବା ଜଣାପଡ଼ିଛି। ସା ସୁଦ୍ଧା ମୁଜାଗଡ ରେଞ୍ଜ ପକ୍ଷରୁ ୩ ଟି ସ୍ଥାନରେ ନିଆଁ କୁ ଲିଭାଯାଇଛି। ବଳକା ନିଆଁ କୁ ଦମନ ପାଇଁ ଚେଷ୍ଟା ଚାଲିଛି। ଗୋଟିଏ ଦିନରେ ହଠାତ ଏତେ ଅଧିକ ସ୍ଥାନରେ ନିଆଁ ଲାଗିବା କୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।

ଅନ୍ୟପଟେ ଆଜି ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ବୁଧବାର ସୁଦ୍ଧା ତାହା ୩୮ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଗୋଟିଏ ପଟେ ଜଙ୍ଗଲ ପୋଡ଼ି ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ଦିନରେ ଲୋକେ ଧୂଆଁ ଏବଂ ଗରମ ପାଇଁ ଅସୁବିଧାର ସମ୍ମୁଖିନ ହେବେ। ତେଣୁ ଜଙ୍ଗଲ ନିଆଁ ଯେଭଳି ନ ଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ଆହୁରି ଅନେକ କିଛି ନୂଆଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ମିଳିତ ଭାବେ ନିଆଁ କୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ତଥାପି କିଛି ଅସାମାଜିକ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଖରାବେଳେ ପବନ ବହୁଥିବା ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବନ ବିଭାଗ କର୍ମଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗିଲେ ଜଙ୍ଗଲର ପ୍ରଥମ ଦୁଇସ୍ତର ଜଙ୍ଗଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥାଏ। ନୂଆଁ କରି ଉଠୁଥିବା ଗଛକୁ ପ୍ରଥମ ସ୍ତର ଜଙ୍ଗଲ କୁହା ଯାଇଥାଏ। ଟିକେ ବଡ ଗଛ କୁ ଦୁତୀୟ ସ୍ତର ଜଙ୍ଗଲ କୁହାଯାଇଥାଏ। ବଡ ବଡ ଗଛକୁ ତୃତୀୟ ସ୍ତର କୁହା ଯାଇଥାଏ। ଉକ୍ତ ଗଛ ଗୁଡ଼ିକ ଜଙ୍ଗଲ ପୋଡିରେ ସମ୍ପୂର୍ଣ୍ଟ କ୍ଷତିଗ୍ରସ୍ତ ହୋଇନଥାନ୍ତି। ଜଙ୍ଗଲ ପୋଡି ଯୋଗୁଁ ବିଶେଷ କରି ପ୍ରଥମ ଓ ଦୂତୀୟ ସ୍ତର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥାଏ। ବାରମ୍ବାର ଉକ୍ତ ଜଙ୍ଗଲ ଯଦି ପୋଡ଼ିଥାଏ ତେବେ ସେଠୀ ନୂଆଁ ଜଙ୍ଗଲ ସୃଷ୍ଟି ହେବା ସମ୍ଭାବନା ବହୁତ କମ। ଏହିଭଳି କେତେକ ଜଙ୍ଗଲରେ କେବଳ ତୃତୀୟ ସ୍ତର ଗଛ ହିଁ ଅଛି। ଜଙ୍ଗଲ ପୋଡି ଯୋଗୁଁ ବାୟୁ ପ୍ରଦ୍ୟୁଷଣ ସାଙ୍ଗକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଥାଏ। ଏଥିସହ ବନ୍ୟପ୍ରାଣୀ ମଧ୍ୟ ବିପଦରେ ପଡିଥାନ୍ତି। ଅପରପକ୍ଷେ ଆଜି ଗୋଟିଏ ଦିନରେ ରାଜ୍ୟରେ ୧୧ ଶହରୁ ଊଦ୍ଧର୍‌ବ ସ୍ଥାନରେ ନିଆଁ ଲାଗିଥିବା ଏକ ସୂତ୍ରରୁ ଜଣାପଡିଛି। ଏନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି। ଆମ ରେଞ୍ଜ ରେ ଲାଗିଥିବା ନିଆଁ କୁ ପ୍ରାୟ ନିୟନ୍ତ୍ରଣ କରାଯାଇଛି । ଜଙ୍ଗଲରେ କେଉଁ ମାନେ ନିଆଁ ଲଗାଉଛନ୍ତି ସେନେଇ ତଦନ୍ତ ଚାଲିଛି। ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଞ୍ଜର ସାହୁ ଏଠାରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri