ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ ସବୁଜ ନ୍ୟାୟାଧିକରଣ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ତତ୍ପର ଦେଖାଇଛି ତହସିଲ ପ୍ରଶାସନ। ଜବରଦଖଲକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପରେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ମଙ୍ଗଳବାର ଶୁଣାଣି କରିଛନ୍ତି ତହସିଲଦାର।
ସୂଚନା ମୁତାବକ, କୁଆଳୋ ମୌଜାର ଖାତା ନମ୍ବର ୮୨୪, ପ୍ଲଟ ନମ୍ବର ୩୪୯୩ ଜଙ୍ଗଲ ଦୁଇ କିସମ ରହିଥିବା ବେଳେ ଉକ୍ତ ଜମିର ୦.୧୦ ଏକର ପରିମିତ ସ୍ଥାନରେ ଉକ୍ତ ଗ୍ରାମର ସୁରେଶ ସାହୁ ବୃହତ ଅଟ୍ଟାଳିକା ନିର୍ମାଣ କରିଥିବା ବେଳେ ଖାଲପାଳ ସଂରକ୍ଷିତ ଜଙ୍ଗଲ ଜମିରେ ପାଉଁଶ ପକାଇ ରାସ୍ତା ନିର୍ମାଣ କରି ହୋଟେଲକୁ ଭାରିଯାନ ଚଳାଚଳ କରିବା ଓ ଗୋଚର ଜମି ଉପରେ ପାର୍କିଂ ସ୍ଥଳ କରିବା ନେଇ ଏନଜିଟିଙ୍କ ପାଖରେ ମାମଲା ରୁଜୁ ହୋଇଥିଲା। ଜୁଲାଇ ୨୩ରେ ଏନ୍‌ଜିଟି ମାମଲାର ଶୁଣାଣି କରି ଜବରଦଖଲ ଉଚ୍ଛେଦ କରି ଚାରା ରୋପଣ କରିବା ପାଇଁ ଜିଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଜଙ୍ଗଲ ଜମି ଏବଂ ପାଖରେ ଥିବା ଅନ୍ୟ ଏକ ଜଙ୍ଗଲ ଜମି ପ୍ଲଟର ଜବରଦଖଲକାରୀଙ୍କୁ ଉଚ୍ଛେଦ ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ପାଖାପାଖି ୯୧ ଜଣ ପ୍ରଜାଙ୍କୁ ଅକ୍ଟୋବର ମାସରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଏକ ମାସ ମଧ୍ୟରେ କାହିଁକି ଉଚ୍ଛେଦ କରାଯିବ ନାହିଁ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଇତି ମଧ୍ୟରେ ଦୁଇ ତିନି ମାସ ବ୍ୟବଧାନରେ ୧୮ ଜଣ ଜବରଦଖଲକାରୀଙ୍କୁ ତହସିଲ ପକ୍ଷରୁ ପୁନର୍ବାର ଗତ ମାସ ୨୮ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୩ ତାରିଖ ଉପସ୍ଥିତ ରହି ସମସ୍ତ ଦସ୍ତାବିଜ ଦାଖଲ ନିମନ୍ତେ ତହସିଲ ପକ୍ଷରୁ ନୋଟିସ ଜାରି ହୋଇଥିଲା। ତେବେ ୧୮ଜଣ ଜବରଦଖଲକାରୀ ମଙ୍ଗଳବାର ଉପସ୍ଥିତ ରହି ତହସିଲଦାରଙ୍କ ପାଖରେ ପତ୍ର ମାଧ୍ୟମରେ ଦୀର୍ଘ ବର୍ଷ ହେବ ରହୁଥିବା ନେଇ ସ୍ପଷ୍ଟୀକରଣ ଦେଇଥିଲେ। ପରମହଂସପୁର ଗ୍ରାମ୍ୟ କମିଟି ସଭାପତିଙ୍କ ପକ୍ଷରୁ ଗ୍ରାମସଭା କରାଯାଇ ତହସିଲ କାର୍ଯ୍ୟାଳୟରେ ପତ୍ର ଦାଖଲ କରିଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ମଧ୍ୟରେ ଉକ୍ତ ଗ୍ରାମର ସଭାପତି ଭାବେ ୩ ଜଣ ବଦଳି ଥିବାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜବରଦଖଲ ଉଚ୍ଛେଦରୁ ବଞ୍ଚିତ କରିବାକୁ ଏହିପରି ପ୍ରୟାସ ହେଉଥିବା ଅଭିଯୋଗ ହେଉଛି। ଏନ୍‌ଜିଟି ନିକଟରେ ହୋଇଥିବା ମାମଲାରେ ଜବରଦଖଲକାରୀ ନିଜକୁ ସୁରକ୍ଷିତ ରଖିବା ପାଇଁ ୦.୧୦ ଏକର ଜମି ଏବଂ ଅଟ୍ଟାଳିକାକୁ ଜନୈକ ଅନୁସୂଚିତ ଜନଜାତି ମହିଳାଙ୍କ ନାମରେ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ ନିମନ୍ତେ ଜିଲାସ୍ତରୀୟ କମିଟିକୁ ଆବେଦନ କରିଥିବା ଜଣାପଡିଛି। ସେହିପରି ଭାବରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭାଇ ଉକ୍ତ ପଞ୍ଚାୟତର ଲୋକପ୍ରତିନିଧି ଥିବା ବେଳେ କିଛି ମୁଷ୍ଟିମେୟ ଅନୁସୂଚିତ ଜନଜାତିର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇଦେବା ପ୍ରଲୋଭନ ଦେଖାଇ ପଲ୍ଲୀସଭା କରାଇ ନିଜ ଭାଇଙ୍କ ଅଟ୍ଟାଳିକା ଉଚ୍ଛେଦରୁ ବାଦ ଦେବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିବା ଦେଖାଯାଇଛି। ଏଥିପ୍ରତି ଜିଲାପାଳ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନା କୁ ଆସିବ ବୋଲି ୟୁଥ ୟୁନାଇଟେଡ଼ ଫର୍‌ ସଷ୍ଟେନେବୁଲ୍‌ ଏନଭାଇରନ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri