ଜଳୁଛି ଜଙ୍ଗଲ: ୧୧ ସ୍ଥାନରେ ନିଆଁ, ବଢୁଛି ତାତି

ଭଞ୍ଜନଗର,୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଗତ ୩ ଦିନ ମଧ୍ୟରେ ୧୦ରୁ ଉଦ୍ଧର୍‌ବ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଆଉ ୧୧ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜ ରମ୍ଭାବାଲି, ବିଞ୍ଜିଗିରି, ମୁଜାଗଡ଼, ଦୁର୍ଗାପ୍ରସାଦ, ବିରିପଦର ଜଙ୍ଗଲରେ ନିଆଁ ଲାଗିଛି। ସେହିଭଳି ତାରସିଂ ରେଞ୍ଜର ବ୍ରାହ୍ମଣସାହି, ଗାୟଗଣ୍ଡା ଏବଂ ଲାଠିପଡ଼ା ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟରୁ ଜଣାପଡ଼ିଛି। ନିଆଁକୁ ଦମନ କରିବା ପାଇଁ ବିଭାଗୀୟ କର୍ମଚାରୀ ଖବର ଲେଖା ହେବା ସୁଦ୍ଧା ଚେଷ୍ଟା ଚଳାଇଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜ ପକ୍ଷରୁ ୩ଟି ସ୍ଥାନରେ ନିଆଁକୁ ଲିଭାଯାଇଛି। ବଳକା ନିଆଁକୁ ଦମନ ପାଇଁ ଚେଷ୍ଟା ଚାଲିଛି। ଅନ୍ୟପଟେ ଆଜି ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ବୁଧବାର ସୁଦ୍ଧା ତାହା ୩୮ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଗୋଟିଏ ପଟେ ଜଙ୍ଗଲ ପୋଡ଼ି ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ଦିନରେ ଲୋକେ ଧୂଆଁ ଏବଂ ଗରମ ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଜଙ୍ଗଲ ନିଆଁ ଯେଭଳି ନ ଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ଆହୁରି ଅନେକ କିଛି ନୂଆ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ମିଳିତ ଭାବେ ନିଆଁକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି। ଜଙ୍ଗଲ ନିଆଁ ରୋକିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ତଥାପି କିଛି ଅସାମାଜିକ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ଖରାବେଳେ ପବନ ବହୁଥିବା ଯୋଗୁ ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବନ ବିଭାଗ କର୍ମଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri