ପାଟଣା,୧୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନର ଫରେଷ୍ଟଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ମଙ୍ଗଳବାର ଡିଏଫ୍ଓ ଧନରାଜ ସରକାରୀ କାର୍ଯ୍ୟରେ ଅବହେଳା, ନିଆଁ ନିୟନ୍ତ୍ରଣରେ ବିଫଳ, ଟ୍ରେନିଙ୍ଗ ନ ଯିବା, ହାତୀ ନଷ୍ଟ କରିଥିବା ଫସଲର କ୍ଷୟ କ୍ଷତି ଆକଳନ ନ କରିବା ଓ ଲୋକଙ୍କ ପ୍ରତି ସମ୍ବେଦଶୀଳ ନ ଥିବା ଆଦି କାରଣରୁ ନିଲମ୍ବନ କରି ହେଡ୍ କାର୍ଟର୍ସରେ ଆଟାଚ୍ କରିଥିବା କହିଛନ୍ତି।