ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚୁରା ଜାରି ରହିଛି । ଘଟଣାରେ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହରେ ଛାନଭିନ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଦୁଇ ଅଭିଯୁକ୍ତ କୁଳିଅଣା ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ମୁହଁ ଖୋଲି ନାହାନ୍ତି ।