ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ ପରିମାଣର କାଠ ଗଣ୍ଡିି ଜବତ କରିଛନ୍ତି ।
ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇ ଗୁରୁବାର ରାତି ପ୍ରାୟ ୮ ଟାରେ ବନ କର୍ମଚାରୀ ଟିମ୍ ରେଞ୍ଜରଙ୍କ ନେତୃତ୍ୱରେ ପୋଡ଼ାମାରି ଗ୍ରାମ ନୂଆବନ୍ଧ ହିଡରେ ପାଳ ଘୋଡାଇ ରଖାଯାଇଥିବା ସରୁପତରି, ଟାଙ୍ଗିଣୀ, ବାଇଲ ପ୍ରଭୃତି ବିଭିନ୍ନ କିସମର କଞ୍ଚା କାଠ ଗଣ୍ଡିି ଜବତ କରି ରେଞ୍ଜର କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡ଼ିଛି । କୌଣସି ବ୍ୟକ୍ତି କାଠ ଗୁଡ଼ିକୁ ଚୋରା ଚାଲାଣ ପାଇଁ ମହଜୁଦ ରଖିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଞ୍ଜର କହିଛନ୍ତି ।