ହରିଣ ଶିକାର କଲାବେଳେ ମାଡ଼ିବସିଲା ବନ ବିଭାଗ, ଶିକାରୀଙ୍କଠାରୁ ଫାଶ ସହ ଜବତ କଲା…

ମହାକାଳପଡ଼ା,୨୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଶାସନପେଟା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ଦୁଇ ଶିକାରୀ ହରିଣ ଶିକାର କରିଥିବାବେଳେ ଶୁକ୍ରବାର ବନ ବିଭାଗ ସେମାନଙ୍କୁ ଧରିଛି। ସେମାନେ ହେଲେ ତନ୍ତିଆପାଳ ସାମୁଦ୍ରିକ ଥାନା ଚକଡା଼ ଅଞ୍ଚଳର ଉତ୍ତମ କାମିଲା ଓ ସୁନିତି ଅଞ୍ଚଳର ରାମକୃଷ୍ଣ କାମିଲା। ସେମାନଙ୍କଠାରୁ ୯ କିଲୋ ହରିଣ ମାଂସ ଜବତ ହୋଇଛି। ଏହାସହ ଜାଲ, ଫାଶ, ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ କେସ ନମ୍ବର ୦୩ ଜି-୨୬/୨୭ ମାମଲା ରୁଜୁ କରି ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଧାରାରେ ଗିରଫ କରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟକୁ ପଠାଇ ଦିଆଯାଇଛି ବୋଲି ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନ କହିଛନ୍ତି। ଫରେଷ୍ଟର ମହନ୍ତ କୁମାର ମଲିକ ଓ ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ସ୍ୱାମୀଙ୍କୁ ନ ଜଣାଇ ଝିଅର ବାହାଘର କରାଇଲେ ପତ୍ନୀ, କୋର୍ଟ ଦେଲେ ଛାଡପତ୍ର ଅନୁମତି

ଚେନ୍ନାଇ,୨୩।୫: ପତ୍ନୀ ଯଦି ସ୍ୱାମୀଙ୍କୁ ନଜଣାଇ କିମ୍ୱା ତାଙ୍କ ଅଗୋଚରରେ ଝିଅର ବିବାହ କରାଇ ଦିଅନ୍ତି, ତେବେ ତାହାକୁ ସ୍ୱାମୀଙ୍କ ପ୍ରତି ‘ମାନସିକ ନିର୍ଯାତନା’ ବୋଲି ଧରାଯିବ…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଏହି ୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା, ୩ ଘଣ୍ଟାରେ ହେବ…

ଭୁବନେଶ୍ୱର,୨୩ା୫: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୩ ଜିଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି…

‘ଜନସାଧାରଣଙ୍କ ରୋଜଗାରକୁ କିସ୍ତିରେ ଲୁଟୁଛନ୍ତି ସରକାର’, ଭାଜପାକୁ କଡ଼ା ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୩।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିରନ୍ତର ବୃଦ୍ଧିକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ମାତ୍ର ଆଠ ଦିନ ମଧ୍ୟରେ ତୃତୀୟ ଥର ପାଇଁ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri