ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍ହା ମାଂସ ଜବତ ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ପୋଇପାଣି ଗ୍ରାମ ଭଣ୍ଡାରିପୋଷି ସାହିର କୀର୍ତ୍ତନ ମହାନ୍ତଙ୍କ ପୁଅ ବୀରବଲ୍(୪୭)। ସେ ବାର୍ହାକୁ ପୋଇ ପାଣି ସଂରକ୍ଷିତ ଜଙ୍ଗଲରେ ବୋମ ଖଞ୍ଜି ଶିକାର କରିଥିବା କଥା ସ୍ବୀକାର କରିଛନ୍ତି। ଚଢ଼ାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ, ପୋଇପାଣି ବନରକ୍ଷୀ ରାଜେଶ ଜେନା ଏବଂ ସ୍କ୍ବାଡ୍ ସାମିଲ ହୋଇଥିଲେ। ବାର୍ହା ମାରି ୩ଜଣଙ୍କ ମଧ୍ୟରେ ଭାଗ ବଣ୍ଟା କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚାଢ଼ାଉ କରିଥିଲା।

