ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର ପାତି ମାଙ୍କଡ଼ କାମୁଡ଼ି ପୁଇଁତୋଳାର ୪ ଜଣ ଏବଂ ତ୍ରିବେଣୀ ମଠ ଛକର ଜଣେ ନବବଧୂଙ୍କୁ ମଧ୍ୟ ଆକ୍ରମଣ କରିବା ଶହ କାମୁଡ଼ି ଦେଇଥିଲା। ଏନେଇ ଖବର ପ୍ରସାରଣ ପରେ ଉକ୍ତ ପାତି ମାଙ୍କଡ଼କୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ୩ ଦିନ କସରତ ପରେ ଶେଷରେ ଗୁରୁବାର ସନ୍ଧ୍ୟାରେ ଉକ୍ତ ପାଗଳ ପାତି ମାଙ୍କଡ଼କୁ ବନ ବିଭାଗ କର୍ମଚାରୀ କାବୁ କରିବାରେ ସକ୍ଷମ ହୋଇଛି। ବନବିଭାଗର ଏକ ୫ ଜଣିଆ ଟିମ୍ ଜାଲ ନେଇ ପୁଇଁତୋଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ଛାତ ଉପରୁ ଜୀବିତ ଅବସ୍ଥାରେ ଧରିଥିଲେ ବନ କର୍ମଚାରୀ। ମାଙ୍କଡ଼ ଧରିବାକୁ ବନ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ସକାଳ ଓ ସନ୍ଧ୍ୟାରେ ଉକ୍ତ ମାଙ୍କଡ଼ଟି କାହାକୁ କିଛି ନ କରି ଚୁପ୍ଚାପ୍ ବସିରହୁଥିବା ବେଳେ ଖରା ହେବା ମାତ୍ରେ ମାଙ୍କଡ଼ଟି ଭୟଙ୍କର ରୂପ ଧାରଣ କରିବା ସହ କାମୁଡ଼ିବାକୁ ଗୋଡ଼ାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ବେଳେବେଳେ ମାଙ୍କଡ଼ଟି ନିଜ ହାତଗୋଡ଼କୁ ମଧ୍ୟ କାମୁଡୁ ଥିବା ଦେଖୁବାକୁ ମିଳୁଥିଲା।


