ଟ୍ରାକ୍ଟରରେ ଚାଲାଣ ହେଉଥିଲା ଶିଶୁ କାଠ ପଟା: ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ

ଚିତ୍ରକୋଣ୍ଡା,୨୨।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୨୫ଟି ଶିଶୁ କାଠ ପଟା ଜବତ କରାଯାଇଛି। ଏକ ମହିନ୍ଦ୍ରା ଟ୍ରାକ୍ଟର ନମ୍ବର( ଓଡି ୩୦ଡି୧୮୮୯) ରେ ଶିଶୁ କାଠ ପଟା ଚାଲାଣ ହେଉଥିବା ନେଇ ସୋମବାର ବନବିଭାଗକୁ ଖବର ମିଳିଥିଲା। ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଉକ୍ତ କାଠକୁ ବଡପଦର ପଞ୍ଚାୟତ ରେଖାପାଲି ବିଟ ଦାରାକୋଣ୍ଡା ଛକ ନିକଟରୁ ଜବତ କରିବାରେ ସଫଳ ହୋଇଛନ୍ତି। ଏନେଇ ମାମଲା ରୁଜୁ କରାଯିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସାରିଆଗୁଡା ଗ୍ରାମର ଭଗବାନ ଖରା, ମାଳିଗୁଡା ଗ୍ରାମର ପୂର୍ଣ୍ଣ ମାଟାମ ଓ ଭିମାରାମ ଗ୍ରାମର ଗୌତମ ଖିଲ। ସେମାନଙ୍କୁ ଶିଶୁ କାଠ ଚାଲାଣ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଓ ବନପାଳ ମୃତୁଞ୍ଜୟ ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri