ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ଏକ ଗାଡିରୁ ମଦ ଜବତ କରିବା ସହ ବିକାଶ କୁମାର ଗୁପ୍ତା ନାମକ ବିହାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ କେସ୍ ନଂ ୬୦/୨୬ରେ ତଦନ୍ତ କରାଯାଇଛି।