କୋକେନ୍‌ ଘଟଣାରେ ବିଦେଶୀ ଲିଙ୍କ୍‌ : ଆସୁଥିଲା ୬ ଦେଶରୁ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜଧାନୀରୁ କୋକେନ୍‌ ଜବତ ଘଟଣାରେ ବିଦେଶୀ ଲିଙ୍କ୍‌ ସାମ୍ନାକୁ ଆସିଛି। ମୋବାଇଲ ମାଫିଆଙ୍କ ସିକ୍ରେଟ୍‌ ଖୋଲିଛି। ଏହି କୋକେନ୍‌ ବିଦେଶରୁ ଓଡ଼ିଶାକୁ ଆସୁଥିଲା ବେଳେ ୬ଟି ଦେଶର ମାଫିଆଙ୍କ ସହ ରବି ଲିଙ୍କରେ ଥିଲେ । ଚୀନ, ଫ୍ରାନ୍ସ, ଆମେରିକା, ସୁଇଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ମାଫିଆଙ୍କ ସହ ଲିଙ୍କରେ ରବି ଥିବା ନେଇ ସୂଚନା ମିଳିଛି। ରବିଙ୍କ ମୋବାଇଲରୁ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ନିଶା କାରବାରରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲିି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ମାମଲାରେ ୨ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଏନ୍‌ସିବି ଜେରା କରିଛି । ଅଧିକ ତଥ୍ୟ ନେଇ ପଚରାଉଚରା ଚାଲିଛି ।