Posted inଜାତୀୟ

ଭାରତରେ ଓକିଲାତି କରିବେ ବିଦେଶୀ ଆଇନଜୀବୀ

ନୂଆଦିଲ୍ଲୀ,୧୬ା୩: ଭାରତରେ ବିଦେଶୀ ଆଇନଜୀବୀ ଏବଂ ଲ’ ଫାର୍ମଗୁଡ଼ିକ ଏଣିକି ଓକିଲାତି କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଏନେଇ ଅନୁମତି ପ୍ରଦାନ କରିଛି। ପୂର୍ବରୁ ଏହି ପଦକ୍ଷେପକୁ ବିରୋଧ କରିଆସୁଥିବା ବିସିଆଇ ବୁଧବାର ରୁଲ୍ସ ଫର୍‌ ରେଜିଷ୍ଟ୍ରେଶନ୍‌ ଆଣ୍ଡ୍‌ ରେଗୁଲେଶନ୍‌ ଅଫ୍‌ ଫରେନ୍‌ ଲୟର୍ସ ଆଣ୍ଡ୍‌ ଫରେନ୍‌ ଲ’ ଫାମର୍‌ସ ଇନ୍‌ ଇଣ୍ଡିଆ, ୨୦୨୨ ଉପରେ ବିଜ୍ଞପ୍ତି ଜାରି କରିଛି।

ଏହି ନିୟମ ଅଧୀନରେ ପଞ୍ଜୀକୃତ ଜଣେ ବିଦେଶୀ ଆଇନଜୀବୀ ଭାରତରେ ନନ୍‌ଲିଟିଜିୟସ୍‌ (ଅଣମକଦ୍ଦମା ସମ୍ବନ୍ଧୀୟ) ପ୍ରସଙ୍ଗରେ ମାମଲା ପରିଚାଳନା କରିପାରିବେ। ଅର୍ଥାତ୍‌ ବିଦେଶୀ ଆଇନଜୀବୀମାନେ ଏବଂ ଆଇନ ସଂସ୍ଥାଗୁଡ଼ିକ ଭାରତୀୟ କୋର୍ଟରେ ହାଜର ହୋଇପାରିବେ ନାହିଁ। କିନ୍ତୁ ସେମାନେ ବିସିଆଇରେ ପଞ୍ଜୀକୃତ ହେବା ପରେ ଆଇନଗତ ପରାମର୍ଶ ଦେଇପାରିବେ। ବିଦେଶୀ ଆଇନଜୀବୀଙ୍କୁ କିମ୍ବା ବିଦେଶୀ ଲ’ ଫାର୍ମକୁ କୌଣସି କୋର୍ଟ, ଟ୍ରିବ୍ୟୁନାଲ ଅଥବା ଅନ୍ୟ ବୈଧାନିକ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ପକ୍ଷଙ୍କ ମାମଲା ଲଢ଼ିବାକୁ ଦିଆଯିବ ନାହିଁ। ସେମାନଙ୍କୁ ଜଏଣ୍ଟ ଭେଞ୍ଚର୍ସ, ମର୍ଜର୍ସ ଏବଂ ଅଧିଗ୍ରହଣ, ବୌଦ୍ଧିକ ସମ୍ପତ୍ତି, କଣ୍ଟ୍ରାକ୍ଟ ଡ୍ରାଫ୍ଟିଙ୍ଗ୍‌ ଭଳି ଟ୍ରାଞ୍ଜାକ୍ସନାଲ ଓ୍ବାର୍କ/କର୍ପୋରେଟ୍‌ ଓ୍ବାର୍କ ଉପରେ ପ୍ରାକ୍ଟିସ୍‌ କରିବାକୁ ଅନୁମତି ପ୍ରଦାନ କରାଯିବ।

ବିଶେଷକରି ଅନ୍ତର୍ଜାତୀୟ ଆଇନ, ବିବିଧ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ (ମଧ୍ୟସ୍ଥତା ଜରିଆରେ ମୀମାଂସା) ପ୍ରସଙ୍ଗ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ନୂଆ ରୁଲ୍ସରେ ଆହୁରି କୁହାଯାଇଛି ଯେ, ବିଦେଶୀ ଆଇନଜୀବୀ କେଉଁ ସବୁ କ୍ଷେତ୍ରରେ ଓକିଲାତି କରିବେ ସେନେଇ ବିସିଆଇ ପକ୍ଷରୁ ନିର୍ଦ୍ଧାରଣ କରାଯିବ। ଆବଶ୍ୟକ ହେଲେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଏନେଇ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ପରାମର୍ଶ ନେବ। ଏହି ନୂଆ ଆଇନ ବଳରେ ବିସିଆଇ କୌଣସି ବିଦେଶୀ ଆଇନଜୀବୀ କିମ୍ବା ଲ’ ଫାର୍ମକୁ ପଞ୍ଜୀକରଣ ପାଇଁ ମନା କରିପାରିବ, ଯଦି କାଉନ୍‌ସିଲ ମତରେ ଭାରତରେ ପଞ୍ଜୀକୃତ କୌଣସି ନିର୍ଦ୍ଦିଷ୍ଟ ଦେଶର ଲୟର୍ସ କିମ୍ବା ଲ’ ଫାମର୍‌ସ ସଂଖ୍ୟା ଭାରତୀୟ ଓକିଲ ଅଥବା ଆଇନ ପରାମର୍ଶଦାତା ସଂସ୍ଥାଗୁଡ଼ିକ ସମ୍ପୃକ୍ତ ରାଷ୍ଟ୍ରରେ କରୁଥିବା ଓକିଲାତି ତୁଳନାରେ ଅତ୍ୟଧିକ ହୋଇଥିବ।

ଏପରି ହେଲେ ଲାଥମ୍‌ ଆଣ୍ଡ୍‌ ଓ୍ବାଟ୍‌କିନ୍ସ, ଡିଏଲ୍‌ଏ ପାଇପର ଏବଂ ବେକର ମ୍ୟାକ୍‌କେଞ୍ଜିଏ ଭଳି ବିଶ୍ୱସ୍ତରୀୟ ଲ’ ଫାର୍ମଗୁଡ଼ିକ ଭାରତରେ ନିଜ ଅଫିସ ପ୍ରତିଷ୍ଠା କରିପାରିବେ। ନୂଆ ନିୟମ ଭାରତୀୟ ମାର୍କେଟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଘଟାଇବା ସହ ଏକ ‘ଗେମ୍‌ ଚେଞ୍ଜର’ ସାବ୍ୟସ୍ତ ହେବ। ଏହାଦ୍ୱାରା ଭାରତୀୟ ଆଇନଜୀବୀମାନେ ବିଦେଶୀ ପ୍ରତିପକ୍ଷଙ୍କ ସହ ସମନ୍ବୟ ରକ୍ଷାକରି ମୂଲ୍ୟଯୁକ୍ତ ଶୃଙ୍ଖଳକୁ ଉନ୍ନତ କରିପାରିବେ ବୋଲି ସରାଫ୍‌ ଆଣ୍ଡ୍‌ ପାର୍ଟନର୍ସ ପ୍ରତିଷ୍ଠାତା ମୋହିତ ସରାଫ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri