Posted inଜାତୀୟ

ଭାରତରେ ଓକିଲାତି କରିବେ ବିଦେଶୀ ଆଇନଜୀବୀ

ନୂଆଦିଲ୍ଲୀ,୧୬ା୩: ଭାରତରେ ବିଦେଶୀ ଆଇନଜୀବୀ ଏବଂ ଲ’ ଫାର୍ମଗୁଡ଼ିକ ଏଣିକି ଓକିଲାତି କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଏନେଇ ଅନୁମତି ପ୍ରଦାନ କରିଛି। ପୂର୍ବରୁ ଏହି ପଦକ୍ଷେପକୁ ବିରୋଧ କରିଆସୁଥିବା ବିସିଆଇ ବୁଧବାର ରୁଲ୍ସ ଫର୍‌ ରେଜିଷ୍ଟ୍ରେଶନ୍‌ ଆଣ୍ଡ୍‌ ରେଗୁଲେଶନ୍‌ ଅଫ୍‌ ଫରେନ୍‌ ଲୟର୍ସ ଆଣ୍ଡ୍‌ ଫରେନ୍‌ ଲ’ ଫାମର୍‌ସ ଇନ୍‌ ଇଣ୍ଡିଆ, ୨୦୨୨ ଉପରେ ବିଜ୍ଞପ୍ତି ଜାରି କରିଛି।

ଏହି ନିୟମ ଅଧୀନରେ ପଞ୍ଜୀକୃତ ଜଣେ ବିଦେଶୀ ଆଇନଜୀବୀ ଭାରତରେ ନନ୍‌ଲିଟିଜିୟସ୍‌ (ଅଣମକଦ୍ଦମା ସମ୍ବନ୍ଧୀୟ) ପ୍ରସଙ୍ଗରେ ମାମଲା ପରିଚାଳନା କରିପାରିବେ। ଅର୍ଥାତ୍‌ ବିଦେଶୀ ଆଇନଜୀବୀମାନେ ଏବଂ ଆଇନ ସଂସ୍ଥାଗୁଡ଼ିକ ଭାରତୀୟ କୋର୍ଟରେ ହାଜର ହୋଇପାରିବେ ନାହିଁ। କିନ୍ତୁ ସେମାନେ ବିସିଆଇରେ ପଞ୍ଜୀକୃତ ହେବା ପରେ ଆଇନଗତ ପରାମର୍ଶ ଦେଇପାରିବେ। ବିଦେଶୀ ଆଇନଜୀବୀଙ୍କୁ କିମ୍ବା ବିଦେଶୀ ଲ’ ଫାର୍ମକୁ କୌଣସି କୋର୍ଟ, ଟ୍ରିବ୍ୟୁନାଲ ଅଥବା ଅନ୍ୟ ବୈଧାନିକ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ପକ୍ଷଙ୍କ ମାମଲା ଲଢ଼ିବାକୁ ଦିଆଯିବ ନାହିଁ। ସେମାନଙ୍କୁ ଜଏଣ୍ଟ ଭେଞ୍ଚର୍ସ, ମର୍ଜର୍ସ ଏବଂ ଅଧିଗ୍ରହଣ, ବୌଦ୍ଧିକ ସମ୍ପତ୍ତି, କଣ୍ଟ୍ରାକ୍ଟ ଡ୍ରାଫ୍ଟିଙ୍ଗ୍‌ ଭଳି ଟ୍ରାଞ୍ଜାକ୍ସନାଲ ଓ୍ବାର୍କ/କର୍ପୋରେଟ୍‌ ଓ୍ବାର୍କ ଉପରେ ପ୍ରାକ୍ଟିସ୍‌ କରିବାକୁ ଅନୁମତି ପ୍ରଦାନ କରାଯିବ।

ବିଶେଷକରି ଅନ୍ତର୍ଜାତୀୟ ଆଇନ, ବିବିଧ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ (ମଧ୍ୟସ୍ଥତା ଜରିଆରେ ମୀମାଂସା) ପ୍ରସଙ୍ଗ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ନୂଆ ରୁଲ୍ସରେ ଆହୁରି କୁହାଯାଇଛି ଯେ, ବିଦେଶୀ ଆଇନଜୀବୀ କେଉଁ ସବୁ କ୍ଷେତ୍ରରେ ଓକିଲାତି କରିବେ ସେନେଇ ବିସିଆଇ ପକ୍ଷରୁ ନିର୍ଦ୍ଧାରଣ କରାଯିବ। ଆବଶ୍ୟକ ହେଲେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଏନେଇ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ପରାମର୍ଶ ନେବ। ଏହି ନୂଆ ଆଇନ ବଳରେ ବିସିଆଇ କୌଣସି ବିଦେଶୀ ଆଇନଜୀବୀ କିମ୍ବା ଲ’ ଫାର୍ମକୁ ପଞ୍ଜୀକରଣ ପାଇଁ ମନା କରିପାରିବ, ଯଦି କାଉନ୍‌ସିଲ ମତରେ ଭାରତରେ ପଞ୍ଜୀକୃତ କୌଣସି ନିର୍ଦ୍ଦିଷ୍ଟ ଦେଶର ଲୟର୍ସ କିମ୍ବା ଲ’ ଫାମର୍‌ସ ସଂଖ୍ୟା ଭାରତୀୟ ଓକିଲ ଅଥବା ଆଇନ ପରାମର୍ଶଦାତା ସଂସ୍ଥାଗୁଡ଼ିକ ସମ୍ପୃକ୍ତ ରାଷ୍ଟ୍ରରେ କରୁଥିବା ଓକିଲାତି ତୁଳନାରେ ଅତ୍ୟଧିକ ହୋଇଥିବ।

ଏପରି ହେଲେ ଲାଥମ୍‌ ଆଣ୍ଡ୍‌ ଓ୍ବାଟ୍‌କିନ୍ସ, ଡିଏଲ୍‌ଏ ପାଇପର ଏବଂ ବେକର ମ୍ୟାକ୍‌କେଞ୍ଜିଏ ଭଳି ବିଶ୍ୱସ୍ତରୀୟ ଲ’ ଫାର୍ମଗୁଡ଼ିକ ଭାରତରେ ନିଜ ଅଫିସ ପ୍ରତିଷ୍ଠା କରିପାରିବେ। ନୂଆ ନିୟମ ଭାରତୀୟ ମାର୍କେଟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଘଟାଇବା ସହ ଏକ ‘ଗେମ୍‌ ଚେଞ୍ଜର’ ସାବ୍ୟସ୍ତ ହେବ। ଏହାଦ୍ୱାରା ଭାରତୀୟ ଆଇନଜୀବୀମାନେ ବିଦେଶୀ ପ୍ରତିପକ୍ଷଙ୍କ ସହ ସମନ୍ବୟ ରକ୍ଷାକରି ମୂଲ୍ୟଯୁକ୍ତ ଶୃଙ୍ଖଳକୁ ଉନ୍ନତ କରିପାରିବେ ବୋଲି ସରାଫ୍‌ ଆଣ୍ଡ୍‌ ପାର୍ଟନର୍ସ ପ୍ରତିଷ୍ଠାତା ମୋହିତ ସରାଫ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri