ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର ହୋଇଯାଇଥିବାବେଳେ ୟୁକ୍ରେନୀୟ ସୈନ୍ୟ ମଧ୍ୟ ଆମତ୍ରକ୍ଷା ପାଇଁ ମୁହଁତୋଡ଼ ଜବାବ ଦେଉଛନ୍ତି। ୟୁକ୍ରେନ୍‌ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ରୁଷିଆର ବହୁ ସୈନ୍ୟ ମୃତାହତ ହେଲେଣି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରାଚ୍ୟରୁ ଭଲ୍ୟୁଣ୍ଟିୟର ଫାଇଟରଙ୍କୁ ଡକାଇ ୟୁକ୍ରେନ୍‌ ପଠାଇବାକୁ ସେ ସ୍ଥିର କରିଛନ୍ତି। ଏହି ବିଦେଶୀ ଯୋଦ୍ଧାମାନେ ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଏନେଇ ପୁଟିନ୍‌ ସୁରକ୍ଷା ପରିଷଦ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁ କହିଛନ୍ତି, ମଧ୍ୟପ୍ରାଚ୍ୟରୁ ୧୬,୦୦୦ ଭଲ୍ୟୁଣ୍ଟିୟର ରୁଷିଆ ସମର୍ଥିତ ସୈନ୍ୟଙ୍କ ସହ ମିଶି ୟୁକ୍ରେନ୍‌ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେମାନେ ଅର୍ଥ ପାଇଁ ନୁହେଁ, ବରଂ ସ୍ବଇଚ୍ଛାରେ ଡୋନ୍‌ବାସ ନାଗରିକଙ୍କୁ ସହାୟତାର ହାତ ବଢ଼ାଇବାକୁ ଆସୁଛନ୍ତି। ତେଣୁ ଯୁଦ୍ଧଭୂମିରେ ସେମାନେ ଯାହା ଚାହିଁବେ ଆମେ ତାହା ଦେବା ଉଚିତ ବୋଲି ସେ କହିଛନ୍ତି। ରୁଷିଆ ହାତରେ ପାଶ୍ଚାତ୍ୟର କେତେକ ଟ୍ୟାଙ୍କ ନିରୋଧୀ ମିଶାଇଲ ସିଷ୍ଟମ ରହିଛି। ଫେବୃୟାରୀ ୨୪ରେ ପୁଟିନ୍‌ ୟୁକ୍ରେନ୍‌ରୁ ବିଚ୍ଛିନ୍ନ କରି ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହନ୍‌ସ୍କ ଓ ଡୋନେସ୍କରେ ଥିବା ରୁଷିଆ ସମର୍ଥତ୍ତ ବିଦ୍ରୋହୀ ଫାଇଟର୍ସଙ୍କୁ ସେଗୁଡ଼ିକୁ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ପୁଟିନ୍‌ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି।
ବିଦେଶୀ ଯୋଦ୍ଧାଙ୍କ ମଧ୍ୟରେ ସିରିଆରେ ତାଲିମପ୍ରାପ୍ତ ଫାଇଟର ସାମିଲ ଥିବା ଆମେରିକା ସନ୍ଦେହ ବ୍ୟକ୍ତ କରିଛି। ମସ୍କୋ ଦୀର୍ଘ ସମୟ ଧରି ସିରିଆର ବନ୍ଧୁ ରହିଆସିଛି। ସିରିଆରେ ଗୃହଯୁଦ୍ଧ ଚାଲିଥିବାବେଳେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କୁ ରୁଷିଆ ପ୍ରତିପକ୍ଷ ପୁଟିନ୍‌ ତାଙ୍କୁ ସହଯୋଗ କରିଆସିଛନ୍ତି। ତେଣୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ବିରୋଧରେ ଲଢ଼ିବା ପାଇଁ କ୍ରେମଲିନ୍‌କୁ ସାହାଯ୍ୟ କରିଥିବା ୧୬,୦୦୦ ସ୍ବେଚ୍ଛାସେବୀ ଯୋଦ୍ଧା ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟଙ୍କୁ ସହାୟତା ଦେବା ଲାଗି ଆବେଦନ କରିଛନ୍ତି।
ସୈନ୍ୟ ୟୁକ୍ରେନ୍‌ର ବିଭିନ୍ନ ନୂଆ ଅଞ୍ଚଳକୁ ଟାର୍ଗେଟ ଆରମ୍ଭ କରିଥିବାବେଳେ ପୁଟିନ୍‌ଙ୍କ ସୁରକ୍ଷା ପରିଷଦ ବୈଠକ ଟିଭିରେ ପ୍ରସାରିତ ହୋଇଛି। ଉତ୍ତର-ପଶ୍ଚିମରେ ଥିବା ଲୁସ୍କର ଏକ ଏୟାରଫିଲ୍ଡ ଏବଂ ଜେଟ୍‌ ଇଞ୍ଜିନ ଫ୍ୟାକ୍ଟ୍ରିକୁ ରୁଷିଆ ସୈନ୍ୟ ବିସ୍ଫୋରଣରେ ଉଡ଼ାଇଦେଇଥିବା ମସ୍କୋ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ରୀୟ ପୂର୍ବ ଡିପ୍ରୋରେ ଏୟାର ଷ୍ଟ୍ରାଇକ୍‌ରେ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି। ଯୁଦ୍ଧ ଯୋଗୁ ମୋଟ ୨.୫ ନିୟୁତ ଲୋକ ୟୁକ୍ରେନ୍‌ ଛାଡ଼ି ଅନ୍ୟ ଦେଶଗୁଡ଼ିକରେ ଶରଣାର୍ଥୀ ଭାବେ ଆଶ୍ରୟ ନେଲେଣି। ୟୁକ୍ରେନ୍‌ ସରକାରଙ୍କୁ ଶକ୍ତ ପ୍ରହାର ଦେବା ଲାଗି କ୍ୱିଭ୍‌ ଦଖଲରେ ସିରିଆର ଯୋଦ୍ଧାମାନଙ୍କୁ ରୁଷିଆ ନିଯୁକ୍ତ କରୁଛି। ସେମାନେ ସହରାଞ୍ଚଳରେ ଯୁଦ୍ଧ ଲଢ଼ିବା ପାଇଁ ନିପୁଣ ବୋଲି ଆମେରିକାର ଅଧିକାରୀମାନେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’କୁ ସୂଚନା ଦେଇଛନ୍ତି। ସେପଟେ ଆମେରିକାର ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକ ୟୁକ୍ରେନ୍‌ରୁ ଲୋକଙ୍କୁ ଉଦ୍ଧାର କରିବା ଲାଗି ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ବ୍ରିଟିଶ୍‌ ସେନାର ପ୍ରାକ୍ତନ ଓ ବର୍ତ୍ତମାନର ସୈନିକଙ୍କ ସମେତ ବିଦେଶୀ ଫାଇଟର୍ସ ମଧ୍ୟ ୟୁକ୍ରେନ୍‌ରେ ଜେଲେନ୍‌ସ୍କି ସରକାରଙ୍କ ପକ୍ଷରୁ ଲଢ଼ିବା ପାଇଁ ପହଞ୍ଚିବାରେ ଲାଗିଛନ୍ତି। ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଏହି ଅନ୍ତର୍ଜାତୀୟ ସାମରିକ ଗୋଷ୍ଠୀର ମିଶନରେ ସ୍ବେଚ୍ଛାକୃତ ଭାବେ ସାମିଲ ହେବା ପାଇଁ ୧୬,୦୦୦ ବିଦେଶୀ ଆଗ୍ରହ ପ୍ରକାଶ କରିଛନ୍ତି।

ଟର୍ନିଂ ପଏଣ୍ଟରେ ୟୁକ୍ରେନ୍‌

ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କ୍ୱିଭ୍‌ସ୍ଥିତ ପ୍ରେସିଡେନ୍ସିଆଲ ଆଡ୍‌ମିନିଷ୍ଟ୍ରେଶନ୍‌ ବାହାରେ ଶୁକ୍ରବାର ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ତାଙ୍କ ଭୂଇଁକୁ ମୁକ୍ତ କରିବା ପାଇଁ ଆଉ କେତେଦିନ ଲାଗିବ ତାହା କହିବା ଅସମ୍ଭବ ହୋଇଥିଲେ ହେଁ ଏହି ମିଶନ ସମ୍ଭବ। କାରଣ ସେମାନେ ଏକ ଷ୍ଟ୍ରାଟେଜିକ୍‌ ଟର୍ନିଂ ପଏଣ୍ଟରେ ପହଞ୍ଚିଛନ୍ତି। ୟୁକ୍ରେନୀୟ ଅଧିକାରୀମାନେ ଅଭାବୀ ଲୋକଙ୍କୁ ଖାଦ୍ୟ, ଔଷଧ ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ୧୨ ମାନବୀୟ କରିଡର ପ୍ରତିଷ୍ଠା ଦିଗରେ ଉଦ୍ୟମ ଚଳାଇଛନ୍ତି।

ସଫା କଥା କହୁନାହାନ୍ତି ପୁଟିନ୍‌

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଏବେ ପ୍ରାୟ ଦୈନିକ ଭିତ୍ତିରେ ବାର୍ତ୍ତା ଚାଲିଥିବା ସେ ଲୁକାଶେଙ୍କୋଙ୍କୁ ସୂଚନା ଦେଇଛନ୍ତି। ପୁଟିନ୍‌ ଗଣମାଧ୍ୟମକୁ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଆଲୋଚନାରୁ କେତେକ ‘ନିର୍ଦ୍ଦିଷ୍ଟ ସକାରାମତ୍କ ଘଟଣାକ୍ରମ’ ସାମ୍ନାକୁ ଆସିଛି। ତେବେ ସେହି ଡେଭେଲପ୍‌ମେଣ୍ଟଗୁଡ଼ିକ କ’ଣ ସେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri