ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍‌ ସମେତ ଅନେକ ସହର ଛିନ୍‌ଛତ୍ର ହୋଇଯାଇଥିବାବେଳେ ୟୁକ୍ରେନୀୟ ସୈନ୍ୟ ମଧ୍ୟ ଆମତ୍ରକ୍ଷା ପାଇଁ ମୁହଁତୋଡ଼ ଜବାବ ଦେଉଛନ୍ତି। ୟୁକ୍ରେନ୍‌ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ରୁଷିଆର ବହୁ ସୈନ୍ୟ ମୃତାହତ ହେଲେଣି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରାଚ୍ୟରୁ ଭଲ୍ୟୁଣ୍ଟିୟର ଫାଇଟରଙ୍କୁ ଡକାଇ ୟୁକ୍ରେନ୍‌ ପଠାଇବାକୁ ସେ ସ୍ଥିର କରିଛନ୍ତି। ଏହି ବିଦେଶୀ ଯୋଦ୍ଧାମାନେ ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଏନେଇ ପୁଟିନ୍‌ ସୁରକ୍ଷା ପରିଷଦ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁ କହିଛନ୍ତି, ମଧ୍ୟପ୍ରାଚ୍ୟରୁ ୧୬,୦୦୦ ଭଲ୍ୟୁଣ୍ଟିୟର ରୁଷିଆ ସମର୍ଥିତ ସୈନ୍ୟଙ୍କ ସହ ମିଶି ୟୁକ୍ରେନ୍‌ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେମାନେ ଅର୍ଥ ପାଇଁ ନୁହେଁ, ବରଂ ସ୍ବଇଚ୍ଛାରେ ଡୋନ୍‌ବାସ ନାଗରିକଙ୍କୁ ସହାୟତାର ହାତ ବଢ଼ାଇବାକୁ ଆସୁଛନ୍ତି। ତେଣୁ ଯୁଦ୍ଧଭୂମିରେ ସେମାନେ ଯାହା ଚାହିଁବେ ଆମେ ତାହା ଦେବା ଉଚିତ ବୋଲି ସେ କହିଛନ୍ତି। ରୁଷିଆ ହାତରେ ପାଶ୍ଚାତ୍ୟର କେତେକ ଟ୍ୟାଙ୍କ ନିରୋଧୀ ମିଶାଇଲ ସିଷ୍ଟମ ରହିଛି। ଫେବୃୟାରୀ ୨୪ରେ ପୁଟିନ୍‌ ୟୁକ୍ରେନ୍‌ରୁ ବିଚ୍ଛିନ୍ନ କରି ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହନ୍‌ସ୍କ ଓ ଡୋନେସ୍କରେ ଥିବା ରୁଷିଆ ସମର୍ଥତ୍ତ ବିଦ୍ରୋହୀ ଫାଇଟର୍ସଙ୍କୁ ସେଗୁଡ଼ିକୁ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ପୁଟିନ୍‌ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି।
ବିଦେଶୀ ଯୋଦ୍ଧାଙ୍କ ମଧ୍ୟରେ ସିରିଆରେ ତାଲିମପ୍ରାପ୍ତ ଫାଇଟର ସାମିଲ ଥିବା ଆମେରିକା ସନ୍ଦେହ ବ୍ୟକ୍ତ କରିଛି। ମସ୍କୋ ଦୀର୍ଘ ସମୟ ଧରି ସିରିଆର ବନ୍ଧୁ ରହିଆସିଛି। ସିରିଆରେ ଗୃହଯୁଦ୍ଧ ଚାଲିଥିବାବେଳେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କୁ ରୁଷିଆ ପ୍ରତିପକ୍ଷ ପୁଟିନ୍‌ ତାଙ୍କୁ ସହଯୋଗ କରିଆସିଛନ୍ତି। ତେଣୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ବିରୋଧରେ ଲଢ଼ିବା ପାଇଁ କ୍ରେମଲିନ୍‌କୁ ସାହାଯ୍ୟ କରିଥିବା ୧୬,୦୦୦ ସ୍ବେଚ୍ଛାସେବୀ ଯୋଦ୍ଧା ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟଙ୍କୁ ସହାୟତା ଦେବା ଲାଗି ଆବେଦନ କରିଛନ୍ତି।
ସୈନ୍ୟ ୟୁକ୍ରେନ୍‌ର ବିଭିନ୍ନ ନୂଆ ଅଞ୍ଚଳକୁ ଟାର୍ଗେଟ ଆରମ୍ଭ କରିଥିବାବେଳେ ପୁଟିନ୍‌ଙ୍କ ସୁରକ୍ଷା ପରିଷଦ ବୈଠକ ଟିଭିରେ ପ୍ରସାରିତ ହୋଇଛି। ଉତ୍ତର-ପଶ୍ଚିମରେ ଥିବା ଲୁସ୍କର ଏକ ଏୟାରଫିଲ୍ଡ ଏବଂ ଜେଟ୍‌ ଇଞ୍ଜିନ ଫ୍ୟାକ୍ଟ୍ରିକୁ ରୁଷିଆ ସୈନ୍ୟ ବିସ୍ଫୋରଣରେ ଉଡ଼ାଇଦେଇଥିବା ମସ୍କୋ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ରୀୟ ପୂର୍ବ ଡିପ୍ରୋରେ ଏୟାର ଷ୍ଟ୍ରାଇକ୍‌ରେ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି। ଯୁଦ୍ଧ ଯୋଗୁ ମୋଟ ୨.୫ ନିୟୁତ ଲୋକ ୟୁକ୍ରେନ୍‌ ଛାଡ଼ି ଅନ୍ୟ ଦେଶଗୁଡ଼ିକରେ ଶରଣାର୍ଥୀ ଭାବେ ଆଶ୍ରୟ ନେଲେଣି। ୟୁକ୍ରେନ୍‌ ସରକାରଙ୍କୁ ଶକ୍ତ ପ୍ରହାର ଦେବା ଲାଗି କ୍ୱିଭ୍‌ ଦଖଲରେ ସିରିଆର ଯୋଦ୍ଧାମାନଙ୍କୁ ରୁଷିଆ ନିଯୁକ୍ତ କରୁଛି। ସେମାନେ ସହରାଞ୍ଚଳରେ ଯୁଦ୍ଧ ଲଢ଼ିବା ପାଇଁ ନିପୁଣ ବୋଲି ଆମେରିକାର ଅଧିକାରୀମାନେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’କୁ ସୂଚନା ଦେଇଛନ୍ତି। ସେପଟେ ଆମେରିକାର ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକ ୟୁକ୍ରେନ୍‌ରୁ ଲୋକଙ୍କୁ ଉଦ୍ଧାର କରିବା ଲାଗି ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ବ୍ରିଟିଶ୍‌ ସେନାର ପ୍ରାକ୍ତନ ଓ ବର୍ତ୍ତମାନର ସୈନିକଙ୍କ ସମେତ ବିଦେଶୀ ଫାଇଟର୍ସ ମଧ୍ୟ ୟୁକ୍ରେନ୍‌ରେ ଜେଲେନ୍‌ସ୍କି ସରକାରଙ୍କ ପକ୍ଷରୁ ଲଢ଼ିବା ପାଇଁ ପହଞ୍ଚିବାରେ ଲାଗିଛନ୍ତି। ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଏହି ଅନ୍ତର୍ଜାତୀୟ ସାମରିକ ଗୋଷ୍ଠୀର ମିଶନରେ ସ୍ବେଚ୍ଛାକୃତ ଭାବେ ସାମିଲ ହେବା ପାଇଁ ୧୬,୦୦୦ ବିଦେଶୀ ଆଗ୍ରହ ପ୍ରକାଶ କରିଛନ୍ତି।

ଟର୍ନିଂ ପଏଣ୍ଟରେ ୟୁକ୍ରେନ୍‌

ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କ୍ୱିଭ୍‌ସ୍ଥିତ ପ୍ରେସିଡେନ୍ସିଆଲ ଆଡ୍‌ମିନିଷ୍ଟ୍ରେଶନ୍‌ ବାହାରେ ଶୁକ୍ରବାର ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ତାଙ୍କ ଭୂଇଁକୁ ମୁକ୍ତ କରିବା ପାଇଁ ଆଉ କେତେଦିନ ଲାଗିବ ତାହା କହିବା ଅସମ୍ଭବ ହୋଇଥିଲେ ହେଁ ଏହି ମିଶନ ସମ୍ଭବ। କାରଣ ସେମାନେ ଏକ ଷ୍ଟ୍ରାଟେଜିକ୍‌ ଟର୍ନିଂ ପଏଣ୍ଟରେ ପହଞ୍ଚିଛନ୍ତି। ୟୁକ୍ରେନୀୟ ଅଧିକାରୀମାନେ ଅଭାବୀ ଲୋକଙ୍କୁ ଖାଦ୍ୟ, ଔଷଧ ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ୧୨ ମାନବୀୟ କରିଡର ପ୍ରତିଷ୍ଠା ଦିଗରେ ଉଦ୍ୟମ ଚଳାଇଛନ୍ତି।

ସଫା କଥା କହୁନାହାନ୍ତି ପୁଟିନ୍‌

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଏବେ ପ୍ରାୟ ଦୈନିକ ଭିତ୍ତିରେ ବାର୍ତ୍ତା ଚାଲିଥିବା ସେ ଲୁକାଶେଙ୍କୋଙ୍କୁ ସୂଚନା ଦେଇଛନ୍ତି। ପୁଟିନ୍‌ ଗଣମାଧ୍ୟମକୁ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଆଲୋଚନାରୁ କେତେକ ‘ନିର୍ଦ୍ଦିଷ୍ଟ ସକାରାମତ୍କ ଘଟଣାକ୍ରମ’ ସାମ୍ନାକୁ ଆସିଛି। ତେବେ ସେହି ଡେଭେଲପ୍‌ମେଣ୍ଟଗୁଡ଼ିକ କ’ଣ ସେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri