ଖସିଲା ବିଦେଶୀ ମୁଦ୍ରାଭଣ୍ଡାର ପରିମାଣ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଭାରତରେ ବୈଦେଶିକ ମୁଦ୍ରାଭଣ୍ଡାରର ପରିମାଣ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏପରିକି ୨୦୨୩ ସେପ୍ଟେମ୍ବର ୮ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୫ (୪.୯ ବିଲିୟନ) ବିଲିୟନ ଡଲାର ହ୍ରାସ ଘଟି ପ୍ରାୟ ୫୯୪ (୫୯୩.୯୦ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଏହା ୨୦୨୩ ସେପ୍ଟେମ୍ବର ୧ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୫୯୮.୮୯୭ ବିଲିୟନ ଡଲାରରେ ରହିଥିଲା। ଅପରପକ୍ଷରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ଫୋରେକ୍ସ ରିଜର୍ଭ ଡେଟାରୁ ଉପରୋକ୍ତ ସୂଚନା ମିଳିଛି। ଫୋରେକ୍ସ ରିଜର୍ଭର ସୂଚନା ଅନୁଯାୟୀ ବିଦେଶୀ ମୁଦ୍ରା ନୁହେଁ, ଏହି ସମୟ ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଫରେନ କରେନ୍ସି ଆସେଟ୍ସ) ମଧ୍ୟ ୪.୨୬୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ସେହିଭଳି ୫୫୪ ମିଲିୟନ ଡଲାର ହ୍ରାସ ସହ ସୁନା ଭଣ୍ଡାର ୪୪.୩୮୪ ବିଲିୟନ ଡଲାର ରହିଥିବା ବେଳେ ଆଇଏମ୍‌ଏଫର ଭଣ୍ଡାରରେ ମଧ୍ୟ ୩୯ ମିଲିୟନ ଡଲାର ହ୍ରାସ ପାଇଛି। ତେବେ ବୈଦେଶିକ ମୁଦ୍ରାଭଣ୍ଡାର ପୁଣି ୬୦୦ ବିଲିୟନ ଡଲାର ସ୍ତରରୁ ଖସି ଆସିଛି। ୨୦୨୧ ଅକ୍ଟୋବରରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୬୪୫ ବିଲିୟନ ଡଲାର ସ୍ତରରେ ପହଞ୍ଚତ୍ଥିଲା ହେଲେ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ନିବେଶକଙ୍କ ସମ୍ପତ୍ତି ବିକ୍ରୟ ହେତୁ ବୈଦେଶିକ ମୁଦ୍ରା ସଂରକ୍ଷଣ ୫୨୬ ବିଲିୟନ ଡଲାର ସ୍ତରକୁ ଖସି ଆସିଥିଲା। ସେହିପରି ମୁଦ୍ରା ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି। ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୮୩.୧୮ ଟଙ୍କା ହୋଇଛି। ଗତ କିଛିଦିନ ହେବ ଟଙ୍କା ତୁଳନାରେ କ୍ରମାଗତ ଭାବେ ଡଲାର ମଜଭୁତ ହେଉଥିଲା ବେଳେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କର ଶେୟାର ବିକ୍ରି ଏବଂ ଡଲାରର କ୍ରମାଗତ ମଜଭୁତ ହେତୁ ଟଙ୍କା ଦୁର୍ବଳ ହୋଇଛି ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ବ୍ୟାରେଲ ପିଛା ୯୪ ଡଲାର ଅତିକ୍ରମ କରିଛି। ଏପରି ପରିସ୍ଥିତିରେ ଡଲାରର ଚାହିଦା ବୃଦ୍ଧି ହେତୁ ବୈଦେଶିକ ମୁଦ୍ରାଭଣ୍ଡାର ଆହୁରି ହ୍ରାସ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଲଜ୍ଜା: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣବଳାତ୍କାର, ପୀଡ଼ିତା କହିଲେ ୨ ଘଣ୍ଟା ଧରି…

ନୂଆଦିଲ୍ଲୀ,୧୪ା୫: ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ…

ଖୁସି ଖବର, ବନ୍ଦ ହେବ ନାହିଁ LPG ସପ୍ଲାଇ, ଭାରତ ପ୍ରସ୍ତୁତ କଲା 40,000 କୋଟି ଟଙ୍କାର ପ୍ଲାନ

ନୂଆଦିଲ୍ଲୀ,୧୪।୫: ଭାରତରେ ଏକ ଲୋକପ୍ରିୟ କଥା ଅଛି ଯେ ଭବିଷ୍ୟତର ସମାଧାନ ପ୍ରାୟତଃ ଏକ ସଙ୍କଟ ଭିତରେ ଲୁଚି ରହିଛି; କେବଳ ଏହାକୁ ଖୋଜିବା ଆବଶ୍ୟକ। ଇରାନ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭଦ୍ରକ, ୧୪/୫(ସନାତନ ରାଉତ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗୁରୁବାର…

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ଗୋଟିଏ ବୁନ୍ଦା ନାହିଁ ପେଟ୍ରୋଲ: ସାରା ଦେଶରେ ବ୍ଲାକ୍‌ଆଉଟ୍‌ ଘୋଷଣା କଲେ ସରକାର, ରାଜଧାନୀରେ…

ହାଭାନା,୧୪।୫: କ୍ୟୁବା ବର୍ତ୍ତମାନ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଡିଜେଲ ଓ…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri