ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଜବରଦଖଲ ଉଚ୍ଛେଦ

ଭାପୁର,୧୩ା୪(ଡି.ଏନ.ଏ.): ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଗୃହ ନିର୍ମାଣ ପାଇଁ ବୁଧବାର ରାଜସ୍ବ ପ୍ରଶାସନିକଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଶାଳପଡ଼ା ପଞ୍ଚାୟତରେ ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଭାପୁରଠାରୁ ଖଣ୍ଡପଡ଼ା ରାସ୍ତା ଶାଳପଡ଼ା ସ୍କୁଲ ନିକଟସ୍ଥ ସାମ୍ନାରେ ଗୋଚର ଜମି ତହସିଲ ପକ୍ଷରୁ ଚିହ୍ନଟ ହୋଇଥିଲା। ହେଲେ ଶାଳପଡ଼ା ସହର ସାହିର ଆରତ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାୟକ ଦୀର୍ଘଦିନ ଧରି ସେଠାରେ ଏକ କୁଡ଼ିଆ ଘର କରି ଜବରଦଖଲ କରି ରହୁ ଆସୁଥିଲେ। ଗ୍ରାମ ଭିତରେ ତାଙ୍କର ନିଜସ୍ବ ଘର ଥିଲେ ବି କୌଣସି କାରଣରୁ ଘରକୁ ଯାଉଥିଲେ। ସେହି କୁଡ଼ିଆ ଘରେ ତାଙ୍କର ପତ୍ନୀ ସହ ୩ ଝିଅ, ଗୋଟିଏ ପୁଅ ରହୁଥିଲେ। ତହସିଲ ପକ୍ଷରୁ ବାରମ୍ବାର ନୋଟିସ ପାଇବା ପରେ ମଧ୍ୟ ସେ ଜାଗା ଛାଡି ନ ଥିଲେ। ଭାପୁର ତହସିଲଦାର ଲଗ୍ନଜିତ ବେହେରା, ଆର୍‌ଆଇ ସସ୍ମିତା ସାହୁ ,ସୁପରଭାଇଜର ପ୍ରଫୁଲ୍ଲ କୁମାର ନାହକ, ଫତେଗଡ଼ ଥାନାର ଏସ୍‌ଆଇ ଏମ୍‌.ଡି. ଜାଫ୍ରୁଲାଙ୍କ ସହ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତରେ ଜେସିବି ମେଶିନ ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରିଥିଲେ। ଜବରଦଖଲ ହୋଇଥିବା ଗୋଟିଏ ଏକରରୁ ଊଦ୍ଧର୍‌ବ ଜାଗା ନିଜ ଅକ୍ତିଆରକୁ ଆଣିଥିଲେ। ସେହି ସ୍ଥାନରେ ୪୦ଡିସିମିଲି ଜାଗାରେ ଗୃହ ନିର୍ମାଣ ହେବା ସହ ବାକି ଜାଗାରେ ସୁରକ୍ଷା ପ୍ରାଚୀର କରି ତହସିଲ ଅଧୀନରେ ରହିବ ବୋଲି ସୂଚନା ମିଳିଛି। ଜବରଦଖଲରେ ରହିଥିବା ବ୍ୟକ୍ତି କହିଛନ୍ତିଳ, ମୁଁ କ’ଣ ଏକୁଟିଆ ଭାପୁର ବ୍ଲକରେ ସରକାରୀ ଜାଗା ଜବରଦଖଲରେ ରହିଥିଲି। ଅନ୍ୟମାନଙ୍କୁ କାହିଁକି ଜବରଦଖଲ ଉଚ୍ଛେଦ କରାଯାଉନାହିଁ। ଆଗାମୀଦିନରେ ନ୍ୟାୟ ନ ପାଇଲେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ସୂଚନା ମିଳିଛି। ପ୍ରଶାସନର ଏଭଳି ଜବରଦଖଲ ଉଚ୍ଛେଦକୁ ବୃଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri