ଜିଲା ବିକାଶରେ ଜବରଦଖଲ ବାଧକ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୫: କେନ୍ଦ୍ରାପଡ଼ା ସହର ରାସ୍ତାରେ ସର୍ବଦା ଟ୍ରାଫିକ୍‌ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ସହରର ୧୨ଟି ୱାର୍ଡବାସୀଙ୍କ ଘରେ ପାଣି ପଶୁଛି। ମାତ୍ର ୫ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବାବେଳେ ଏବେ ମାତ୍ର ୬ଟିର କେବଳ ଚିହ୍ନ ରହିଛି। ଗୋବରୀ ନଦୀପଠାରେ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଛି। ଜବରଦଖଲର ଏହି ଚିତ୍ର କେବଳ ସହର ମଧ୍ୟରେ ସୀମିତ ନାହିଁ, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ରାଜକନିକା ଅଞ୍ଚଳରେ ଅନୁପ୍ରବେଶକାରୀ ଭର୍ତ୍ତି ହୋଇ ଗଲେଣି। ଜାତୀୟ ଉଦ୍ୟାନ ଭିତରକନିକା ଏଥିରୁ ବାଦ୍‌ ପଡ଼ିନି। ଜଙ୍ଗଲ ଜମିକୁ ଜବରଦଖଲ କରି ଘର ସହ ଚିଙ୍ଗୁଡ଼ି ଘେରି କରୁଛନ୍ତି। ଚିଙ୍ଗୁଡ଼ି ଘେରିରୁ ଉଦ୍‌ବୃତ୍ତ ବର୍ଜ୍ୟ ଜଳ ଚାଷ ଓ ଜଙ୍ଗଲକୁ ନଷ୍ଟ କରୁଛି। ଏ ନେଇ ଅଭିଯୋଗ ହେଲେ ମଧ୍ୟ ସରକାରୀ କଳ ନୀରବ ରହୁଛି। ଜବରଦଖଲ ଏବେ ଜିଲାର ମୁଖ୍ୟ ସମସ୍ୟା ହୋଇଛି। ଏହାଦ୍ୱାରା ଜିଲା ବିକାଶରେ ବାଧା ସୃଷ୍ଟି ହେଉଥିବା ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ଖଡ଼ଇଙ୍ଗସ୍ଥ କ୍ଷୀତିଶ କୁମାର ସିଂହ କହିଛନ୍ତି, ସହର ମଧ୍ୟରେ ଜବରଦଖଲ ଏକ ସମସ୍ୟା ହୋଇଛି। ଗୋବରୀ ନଦୀପଠା ଏବେ ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଇଛି। ଫଳରେ ବର୍ଷାଋତୁରେ ନଦୀରେ ଜଳପ୍ରବାହ ଠିକ୍‌ ରହୁନାହିଁ। ସେହିପରି କନିଆ ଯୋରରେ ଥିବା ପାଣିନାଳ ଉପରେ ଘର ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଏହି ସମସ୍ୟା ଗୋଟିଏ ସ୍ଥାନରେ ନାହିଁ। ପୌରାଞ୍ଚଳରେ ଥିବା ପ୍ରତ୍ୟେକ ନାଳ ଉପରେ ଘର ନିର୍ମାଣ ହେଉଛି। ଏପରି କି ରାସ୍ତା ଉପରକୁ ଘର ନିର୍ମାଣ ହେଉଥିବାରୁ ସର୍ବଦା ଟ୍ରାଫିକ୍‌ ଜାମ୍‌ ରହୁଛି। ଏ ନେଇ ପୌର ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ଅବଗତ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସ୍ବେରେଜ ସିଷ୍ଟମ୍‌, ଟ୍ରାଫିକ୍‌ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହୋଇଛି। ରାଜନଗରର ହରିହର ସାହୁ, ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ଅମିତାଭ ଚାନ୍ଦ ପ୍ରମୁଖ କହିଛନ୍ତି, ଉପାନ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ ରହିଛି। ଭୂମିହୀନ ଦର୍ଶାଇ ଅଥବା କୁଜଙ୍ଗ ରାଜାଙ୍କ ମିଛ ହାତପଟ୍ଟା ଦ୍ୱାରା ଜଙ୍ଗଲ ଜମିକୁ ଜବରଦଖଲ କରାଯାଉଛି। ଏପରି ଘଟଣା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳୁଛି। ପେଟଛେଲାଠାରୁ ରଙ୍ଗଣୀ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଏହାର ଫାଇଦା ନେଉଛନ୍ତି। ଏହି ଅବସ୍ଥା ରାଜନଗର, ରାଜକନିକା, ଆଳି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି। କେବଳ ଜବରଦଖଲ ସମସ୍ୟାକୁ ନେଇ ଗତ ୨ ମାସରେ ୧୬ଟି ମାମଲା ସ୍ଥାନୀୟ ଥାନାଗୁଡ଼ିକରେ ହୋଇଛି। ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିରରେ ଏପରି ବହୁ ମାମଲା ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଚିଙ୍ଗୁଡ଼ି ଘେରି ପାଇଁ ସମୁଦ୍ର ତଟାଞ୍ଚଳର ଜଙ୍ଗଲ ଜମି ଜବରଦଖଲ ହେଉଛି। ଉଚ୍ଚ ନ୍ୟାୟାଳୟରେ ଏହି ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ ହୋଇ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ସତ୍ତ୍ୱେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉନାହିଁ। ଏହି କାରଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ୨୦୧୭ରେ ବାଦ୍‌ ପଡ଼ିଥିଲେ ମଧ୍ୟ ଜିଲା ପ୍ରଶାସନ ଓ ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନିକଟରେ ରାଜକନିକା, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କେତେକି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଆଇନ ଭାବେ ହୋଇଥିବା ଚିଙ୍ଗୁଡ଼ି ଘେରିକୁ ଭଙ୍ଗା ଯାଇଛି। ଏହାବ୍ୟତୀତ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସହର ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri