ଜିଲା ବିକାଶରେ ଜବରଦଖଲ ବାଧକ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୫: କେନ୍ଦ୍ରାପଡ଼ା ସହର ରାସ୍ତାରେ ସର୍ବଦା ଟ୍ରାଫିକ୍‌ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ସହରର ୧୨ଟି ୱାର୍ଡବାସୀଙ୍କ ଘରେ ପାଣି ପଶୁଛି। ମାତ୍ର ୫ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବାବେଳେ ଏବେ ମାତ୍ର ୬ଟିର କେବଳ ଚିହ୍ନ ରହିଛି। ଗୋବରୀ ନଦୀପଠାରେ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଛି। ଜବରଦଖଲର ଏହି ଚିତ୍ର କେବଳ ସହର ମଧ୍ୟରେ ସୀମିତ ନାହିଁ, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ରାଜକନିକା ଅଞ୍ଚଳରେ ଅନୁପ୍ରବେଶକାରୀ ଭର୍ତ୍ତି ହୋଇ ଗଲେଣି। ଜାତୀୟ ଉଦ୍ୟାନ ଭିତରକନିକା ଏଥିରୁ ବାଦ୍‌ ପଡ଼ିନି। ଜଙ୍ଗଲ ଜମିକୁ ଜବରଦଖଲ କରି ଘର ସହ ଚିଙ୍ଗୁଡ଼ି ଘେରି କରୁଛନ୍ତି। ଚିଙ୍ଗୁଡ଼ି ଘେରିରୁ ଉଦ୍‌ବୃତ୍ତ ବର୍ଜ୍ୟ ଜଳ ଚାଷ ଓ ଜଙ୍ଗଲକୁ ନଷ୍ଟ କରୁଛି। ଏ ନେଇ ଅଭିଯୋଗ ହେଲେ ମଧ୍ୟ ସରକାରୀ କଳ ନୀରବ ରହୁଛି। ଜବରଦଖଲ ଏବେ ଜିଲାର ମୁଖ୍ୟ ସମସ୍ୟା ହୋଇଛି। ଏହାଦ୍ୱାରା ଜିଲା ବିକାଶରେ ବାଧା ସୃଷ୍ଟି ହେଉଥିବା ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ଖଡ଼ଇଙ୍ଗସ୍ଥ କ୍ଷୀତିଶ କୁମାର ସିଂହ କହିଛନ୍ତି, ସହର ମଧ୍ୟରେ ଜବରଦଖଲ ଏକ ସମସ୍ୟା ହୋଇଛି। ଗୋବରୀ ନଦୀପଠା ଏବେ ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଇଛି। ଫଳରେ ବର୍ଷାଋତୁରେ ନଦୀରେ ଜଳପ୍ରବାହ ଠିକ୍‌ ରହୁନାହିଁ। ସେହିପରି କନିଆ ଯୋରରେ ଥିବା ପାଣିନାଳ ଉପରେ ଘର ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଏହି ସମସ୍ୟା ଗୋଟିଏ ସ୍ଥାନରେ ନାହିଁ। ପୌରାଞ୍ଚଳରେ ଥିବା ପ୍ରତ୍ୟେକ ନାଳ ଉପରେ ଘର ନିର୍ମାଣ ହେଉଛି। ଏପରି କି ରାସ୍ତା ଉପରକୁ ଘର ନିର୍ମାଣ ହେଉଥିବାରୁ ସର୍ବଦା ଟ୍ରାଫିକ୍‌ ଜାମ୍‌ ରହୁଛି। ଏ ନେଇ ପୌର ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ଅବଗତ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସ୍ବେରେଜ ସିଷ୍ଟମ୍‌, ଟ୍ରାଫିକ୍‌ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହୋଇଛି। ରାଜନଗରର ହରିହର ସାହୁ, ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ଅମିତାଭ ଚାନ୍ଦ ପ୍ରମୁଖ କହିଛନ୍ତି, ଉପାନ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ ରହିଛି। ଭୂମିହୀନ ଦର୍ଶାଇ ଅଥବା କୁଜଙ୍ଗ ରାଜାଙ୍କ ମିଛ ହାତପଟ୍ଟା ଦ୍ୱାରା ଜଙ୍ଗଲ ଜମିକୁ ଜବରଦଖଲ କରାଯାଉଛି। ଏପରି ଘଟଣା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳୁଛି। ପେଟଛେଲାଠାରୁ ରଙ୍ଗଣୀ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଏହାର ଫାଇଦା ନେଉଛନ୍ତି। ଏହି ଅବସ୍ଥା ରାଜନଗର, ରାଜକନିକା, ଆଳି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି। କେବଳ ଜବରଦଖଲ ସମସ୍ୟାକୁ ନେଇ ଗତ ୨ ମାସରେ ୧୬ଟି ମାମଲା ସ୍ଥାନୀୟ ଥାନାଗୁଡ଼ିକରେ ହୋଇଛି। ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିରରେ ଏପରି ବହୁ ମାମଲା ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଚିଙ୍ଗୁଡ଼ି ଘେରି ପାଇଁ ସମୁଦ୍ର ତଟାଞ୍ଚଳର ଜଙ୍ଗଲ ଜମି ଜବରଦଖଲ ହେଉଛି। ଉଚ୍ଚ ନ୍ୟାୟାଳୟରେ ଏହି ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ ହୋଇ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ସତ୍ତ୍ୱେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉନାହିଁ। ଏହି କାରଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ୨୦୧୭ରେ ବାଦ୍‌ ପଡ଼ିଥିଲେ ମଧ୍ୟ ଜିଲା ପ୍ରଶାସନ ଓ ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନିକଟରେ ରାଜକନିକା, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କେତେକି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଆଇନ ଭାବେ ହୋଇଥିବା ଚିଙ୍ଗୁଡ଼ି ଘେରିକୁ ଭଙ୍ଗା ଯାଇଛି। ଏହାବ୍ୟତୀତ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସହର ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri