ଏମ୍‌ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍‌ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି। ଦୀର୍ଘ ଦିନ ଧରି ଏହି ଜାଗାକୁ ନେଇ କୋର୍ଟରେ ମାମାଲା ଚାଲିଥିବା ବେଳେ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଫୋର୍ସ ଉପସ୍ଥିତିରେ ଗ୍ରାମର ଦିଲିପ ସିଲ ଏବଂ ଅମଲ ମିସ୍ତ୍ରିଙ୍କ ଘରକୁ ଭଙ୍ଗାଯାଇଛି। ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଭାବେ ମାଲକାନଗିରି ତହସିଲଦାର ସୟଦ ସବିର ଶାହା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଲିମେଳା ତହସିଲଦାର ଚାଇନୁ ଗଣ୍ଡ,ମାଲକାନଗିରି ଏସ୍‌ଡିପିଓ, କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ତହସିଲ ସୁପରଭାଇଜର ରାମକୃଷ୍ଣ ପଟ୍ଟନାୟକ ରାଜସ୍ବ ନିରୀକ୍ଷକ ବଜା ମାଡକାମିଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଗ୍ରାମରେ ଥିବା କାଳୀମନ୍ଦିରକୁ ଲାଗି ଗ୍ରାମର ଖେଳ ପଡିଆ ଏବଂ ସରକାରୀ ଜାଗା ରହିଛି। ଏହି ଜାଗାରେ ଗ୍ରାମର ଦିଲୀପ ଏବଂ ଅମଲ ଜବରଦଖଲ କରି ଘର ତିଆରି କରି ରହି ଆସୁଥିଲେ। ଏ ନେଇ ଗ୍ରାମ କମିଟି ପକ୍ଷରୁ ଏହି ଦୁଇ ଘରକୁ ଉଚ୍ଛେଦ କରିବା ପାଇଁ ମାଲକାନଗିରି ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଘର ଉଚ୍ଛେଦ ଲାଗି ଏହି ଦୁଇ ପରିବାରକୁ ନୋଟିସ ଜାରି କରାଯାଇଥିଲା। ଜବର ଦଖଲ କରିଥିବା ବ୍ୟକ୍ତିମାନେ ଏନେଇ କୋର୍ଟଙ୍କ ଦାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ଏହି ଘର ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ ଆଜି ଘର ଭଙ୍ଗାଯାଇଛି l ଅନ୍ୟ ପକ୍ଷରେ ଏହି ଜବର ଦଖଲ ଉଚ୍ଛେଦକୁ କାଲିମେଳା ବ୍ଲକ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୧୯୯୬ ଇସି କେସ ନମ୍ବର ୧୦୮/୯୬ ଅନୁଯାୟୀ ଦିଲିପ ତାଙ୍କ ସ୍ତ୍ରୀ ପାରୁଲବାଲା ସବୁଜ ପତ୍ରିକା କ୍ରମିକ ନମ୍ବର ୨୭୨୪୧୮ ଅନୁସାରେ ତତ୍କାଳୀନ ତହସିଲଦାର ୪ ସେଣ୍ଟ ସରକାରୀ ଜାଗା ଚିହ୍ନଟ କରି ଦେଇଥିଲେ। ଦିଲୀପ ସେହି ୪ ସେଣ୍ଟ ଜାଗାରେ ଘରକରି ରହି ଆସୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ସେ ଦୀର୍ଘ ୨୦ ବର୍ଷ ଧରି ରହି ଆସୁଥିବା ଘର ଭାଙ୍ଗି ସେଠାରେ ଖେଳ ପଡିଆ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି l ସେଠରେ ଆହୁରି ଅନେକ ବ୍ୟକ୍ତି ଜବରଦଖଲ କରିଥିବା ବେଳେ ପ୍ରଶାସନ ସେମାନଙ୍କୁ କାହିଁକି ଉଚ୍ଛେଦ କରିପାରୁନାହିଁ ବୋଲି କଂଗ୍ରେସ ପ୍ରକାଶ କରିଛି। ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରେ ଆଗାମୀ ଦିନରେ ତହସିଲ ବିରୋଧରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୁଲି ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡକାମି,ତେଲରାଇ ସରପଞ୍ଚ ମୁତା ସୋଡ଼ି, ବାଡିଗେଟା ସରପଞ୍ଚ ଲିଲି ସୋଡ଼ୀଙ୍କ ସମେତ ନାରାୟଣ ମଲ୍ଲିକ, କାଲିମେଳା ନାଏବ ସରପଞ୍ଚ, କାଲିମେଳା ଲ୍ୟାମ୍ପ ସଭାପତି ବୁଦ୍ରା କବାସି ଏବଂ ଅନ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri