ଏମ୍‌ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍‌ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି। ଦୀର୍ଘ ଦିନ ଧରି ଏହି ଜାଗାକୁ ନେଇ କୋର୍ଟରେ ମାମାଲା ଚାଲିଥିବା ବେଳେ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଫୋର୍ସ ଉପସ୍ଥିତିରେ ଗ୍ରାମର ଦିଲିପ ସିଲ ଏବଂ ଅମଲ ମିସ୍ତ୍ରିଙ୍କ ଘରକୁ ଭଙ୍ଗାଯାଇଛି। ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଭାବେ ମାଲକାନଗିରି ତହସିଲଦାର ସୟଦ ସବିର ଶାହା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଲିମେଳା ତହସିଲଦାର ଚାଇନୁ ଗଣ୍ଡ,ମାଲକାନଗିରି ଏସ୍‌ଡିପିଓ, କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ତହସିଲ ସୁପରଭାଇଜର ରାମକୃଷ୍ଣ ପଟ୍ଟନାୟକ ରାଜସ୍ବ ନିରୀକ୍ଷକ ବଜା ମାଡକାମିଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଗ୍ରାମରେ ଥିବା କାଳୀମନ୍ଦିରକୁ ଲାଗି ଗ୍ରାମର ଖେଳ ପଡିଆ ଏବଂ ସରକାରୀ ଜାଗା ରହିଛି। ଏହି ଜାଗାରେ ଗ୍ରାମର ଦିଲୀପ ଏବଂ ଅମଲ ଜବରଦଖଲ କରି ଘର ତିଆରି କରି ରହି ଆସୁଥିଲେ। ଏ ନେଇ ଗ୍ରାମ କମିଟି ପକ୍ଷରୁ ଏହି ଦୁଇ ଘରକୁ ଉଚ୍ଛେଦ କରିବା ପାଇଁ ମାଲକାନଗିରି ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଘର ଉଚ୍ଛେଦ ଲାଗି ଏହି ଦୁଇ ପରିବାରକୁ ନୋଟିସ ଜାରି କରାଯାଇଥିଲା। ଜବର ଦଖଲ କରିଥିବା ବ୍ୟକ୍ତିମାନେ ଏନେଇ କୋର୍ଟଙ୍କ ଦାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ଏହି ଘର ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ ଆଜି ଘର ଭଙ୍ଗାଯାଇଛି l ଅନ୍ୟ ପକ୍ଷରେ ଏହି ଜବର ଦଖଲ ଉଚ୍ଛେଦକୁ କାଲିମେଳା ବ୍ଲକ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୧୯୯୬ ଇସି କେସ ନମ୍ବର ୧୦୮/୯୬ ଅନୁଯାୟୀ ଦିଲିପ ତାଙ୍କ ସ୍ତ୍ରୀ ପାରୁଲବାଲା ସବୁଜ ପତ୍ରିକା କ୍ରମିକ ନମ୍ବର ୨୭୨୪୧୮ ଅନୁସାରେ ତତ୍କାଳୀନ ତହସିଲଦାର ୪ ସେଣ୍ଟ ସରକାରୀ ଜାଗା ଚିହ୍ନଟ କରି ଦେଇଥିଲେ। ଦିଲୀପ ସେହି ୪ ସେଣ୍ଟ ଜାଗାରେ ଘରକରି ରହି ଆସୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ସେ ଦୀର୍ଘ ୨୦ ବର୍ଷ ଧରି ରହି ଆସୁଥିବା ଘର ଭାଙ୍ଗି ସେଠାରେ ଖେଳ ପଡିଆ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି l ସେଠରେ ଆହୁରି ଅନେକ ବ୍ୟକ୍ତି ଜବରଦଖଲ କରିଥିବା ବେଳେ ପ୍ରଶାସନ ସେମାନଙ୍କୁ କାହିଁକି ଉଚ୍ଛେଦ କରିପାରୁନାହିଁ ବୋଲି କଂଗ୍ରେସ ପ୍ରକାଶ କରିଛି। ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରେ ଆଗାମୀ ଦିନରେ ତହସିଲ ବିରୋଧରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୁଲି ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡକାମି,ତେଲରାଇ ସରପଞ୍ଚ ମୁତା ସୋଡ଼ି, ବାଡିଗେଟା ସରପଞ୍ଚ ଲିଲି ସୋଡ଼ୀଙ୍କ ସମେତ ନାରାୟଣ ମଲ୍ଲିକ, କାଲିମେଳା ନାଏବ ସରପଞ୍ଚ, କାଲିମେଳା ଲ୍ୟାମ୍ପ ସଭାପତି ବୁଦ୍ରା କବାସି ଏବଂ ଅନ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri