Posted inଜାତୀୟ

ଜଣଙ୍କୁ ଧରି ଜବରଦସ୍ତ ବିବାହ କରିବା ବେଆଇନ: ହାଇକୋର୍ଟ…

ପଟନା,୨୪।୧୧ : ପାଟନା ହାଇକୋର୍ଟ ପକଡୋଆ ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଏଭଳି ଜବରଦସ୍ତ ବିବାହ ଆଇନ ଅନୁସାରେ ମାନ୍ୟ ହେବ ନାହିଁ। ବନ୍ଧୁକ ମୁନରେ ଏଭଳି ବିବାହ କରିବାକୁ ବିବାହ କୁହାଯିବ ନାହିଁ। ଏହାର ଅର୍ଥ କୌଣସି ମହିଳାଙ୍କ କପାଳରେ ସିନ୍ଦୁର ଦେବା ହିନ୍ଦୁ ନିୟମ ଅନୁଯାୟୀ ବିବାହ ନୁହେଁ। ଯେପର୍ଯ୍ୟନ୍ତ କନ୍ୟା ଏବଂ ବର ପବିତ୍ର ଅଗ୍ନି ଚାରିପଟେ ସାତଫେରା ନ ନିଅନ୍ତି କିମ୍ବା ଉଭୟଙ୍କ ମଧ୍ୟରେ ଏନେି ସହମତି ନ ଥାଏ ତେବେ ସେପରି ବିବାହକୁ ବୈଧ ବୋଲି ଧରାଯିବ ନାହିଁ। ପାଟନା ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ଝା ଏବଂ ଜଷ୍ଟିସ ପି.ବି ବଜନ୍ତ୍ରି ଦଶ ବର୍ଷ ପୂର୍ବେ ଘଟିଥିବା ପକଡୋଆ ବିବାହ ମାମଲାର ଶୁଣାଣି କରିଥିଲେ। କୋର୍ଟ ଏହି ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପ୍ରମାଣ ଏବଂ ସାକ୍ଷୀଙ୍କ ଆଧାରରେ ପକଡୋଆ ବିବାଦ ମାନ୍ୟ ନୁହେଁ ବୋଲି କହିଛନ୍ତି।

ବାସ୍ତବରେ, ୩୦ ଜୁନ ୨୦୧୩ ରେ ନବାଡା ବାସିନ୍ଦା ରବିକାନ୍ତଙ୍କ ବିବାହ ଜବରଦସ୍ତ କରାଯାଇଥିଲା। ସେ ଚାଚାଙ୍କ ସହ ମନ୍ଦିରକୁ ଯାଇଥିଲେ, ଯେଉଁ ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଏହା ପରେ ବନ୍ଧୁକ ମୁନରେ ଝିଇ ପକ୍ଷଙ୍କର ଦାବି ଅନୁସାରେ ବାଧ୍ୟତାମୂଳକ ଭାବେ ସିନ୍ଦୂର ଦାନ କାର୍ଯ୍ୟ ହୋଇଥିଲା। ଏହା ପରେ ରବିକାନ୍ତ ଲାଖାଇସରାଇର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ରବିକାନ୍ତ ମଧ୍ୟ ଏହି ବିବାହକୁ ରଦ୍ଦ କରିବାକୁ ପରିବାର କୋର୍ଟକୁ ଯାଇଥିଲେ। କିନ୍ତୁ, ୧୭ ଜାନୁଆରୀ ୨୦୨୦ ରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ରବିକାନ୍ତ ପରାଜୟକୁ ଗ୍ରହଣ କରି ନ ଥିଲେ ଏବଂ ସେ ନ୍ୟାୟ ପାଇଁ ପାଟନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରିଛନ୍ତି। କନ୍ୟା ପକ୍ଷ ସାତ ଫେରା ନିଆଯାଇଛି ବୋଲି ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। କୋର୍ଟ ଏହା ମଧ୍ୟ ସ୍ବୀକାର କରିଛନ୍ତି ୨୦୨୦ରେ ପରିବାର କୋର୍ଟଙ୍କର ଅନୁସନ୍ଧାନରେ ତ୍ରୁଟି ରହିଛି। ସାକ୍ଷ୍ୟ ପ୍ରଦାନ ସମୟରେ ପୁରୋହିତ ବିବାହ ଉତ୍ସବ ହୋଇଥିବା ସ୍ଥାନ ବିଷୟରେ ମଧ୍ୟ କହିବାକୁ ସକ୍ଷମ ହୋଇ ନ ଥିଲେ। ପୁରୋହିତ ବିବାହ ସ୍ଥାନ ବିଷୟରେ ମଧ୍ୟ ଜାଣନ୍ତି ନାହିଁ। ଏହି ବିବାହ ଆଇନ ଦୃଷ୍ଟିରୁ ଅମାନ୍ୟ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri