Posted inଜାତୀୟ

ଏହି ଆତଙ୍କବାଦୀଙ୍କ ପାଇଁ ପ୍ରେମିକା ବିଛାଇଥିଲେ ଜାଲ

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ହିଜବୁଲ୍‌ ମୁଜାହିଦ୍ଦିନ୍‌‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କଶ୍ମୀର ଜୋନ୍‌ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ଯାନବାହନ ତଥା ବ୍ୟକ୍ତି ବିଶେଷଙ୍କ ତଲାସୀ କରାଯାଉଛି। ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କିଛି ଦିନ ତଳେ ସତର୍କ ସୂଚନା ଜାରି କରାଯାଇଥିଲା। ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ପାକିସ୍ତାନରୁ ଲୁଚିଛପି ଭାରତ ଆସିଥିବା ଆତଙ୍କବାଦୀ ଦଳ ଏଭଳି ଯୋଜନା କରିଥିବା ରିପୋର୍ଟରେ ସୂଚିତ ହୋଇଥିଲା। ସେମାନେ ନିଜ ନାମ ପରିବର୍ତ୍ତନ କରି କଶ୍ମୀରରେ ଲୁଚି ରହୁଥିବା ଗୋଇନ୍ଦା ବିଭାଗ କହିଛି। ଦଳରେ ସ୍ନାଇପର ଏକ୍ସପର୍ଟ ରହିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସର୍ତକ ରଖାଯାଇଛି। ସୂଚନାଯୋଗ୍ୟ, ୪ ବର୍ଷ ତଳେ ୨୦୧୬ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାଇଁ ପ୍ରେମିକା ପୋଲିସ ସହାୟତାରେ ଜାଲ ବିଛାଇଥିଲେ। କିଶୋର ବୟସରେ ବୁରହାନ୍‌ ଓ୍ବାନୀଙ୍କ ସହିତ ପ୍ରେମିକାଙ୍କର ନିବିଡ଼ ସମ୍ପର୍କ ଥିଲା। ତେବେ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପରେ ବୁରହାନ୍‌ ବହୁ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ। ପ୍ରେମ ପ୍ରତାରଣାରୁ ପ୍ରେମିକାଙ୍କ ମନରେ କୁହୁଳି ଥିଲା ପ୍ରତିଶୋଧ ଭାବନା। ହ୍ବାଟସ୍‌ଆପ୍‌ରେ ବୁରହାନ୍‌ ଅନ୍ୟ କେଉଁ ଯୁବତୀଙ୍କ ସହିତ ଚାଟ୍‌ କରୁଥିବା ପ୍ରେମିକା ଜାଣିପାରିଥିଲେ। ସେ ପୋଲିସକୁ ବୁରହାନ୍‌ଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ ହୋଇଥିବା ମିଳିତ ଅପରେଶନ୍‌ରେ ବୁରହାନ୍‌ଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri