ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଢୋଲତୈଲା ଗ୍ରାମର ଶଶି ଗଡତିଆଙ୍କ ସ୍ତ୍ରୀ ନଳିନୀ ସୁହୁଳାଙ୍କୁ ଯୌତୁକ ଜନିତ ହତ୍ୟା ଘଟଣାରେ ସାମିଲ ଥିବା ଆଉ ୩ ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ନଳିନୀଙ୍କ ଶାଶୁ ଦେବକୀ ଗଡତିଆ (୫୫), ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ବିବାହ କରିଥିବା ଦେଢଶାଶୁ ସନ୍ଧ୍ୟାରାଣୀ ନାୟକ ଏବଂ ଦେଢଶାଶୁଙ୍କ ସ୍ବାମୀ ଶେଷ ନାଏକ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ପୂର୍ବରୁ ନଳିନୀଙ୍କ ସ୍ବାମୀ ଶଶି ଗଡତିଆଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ସେ ହାଜତ ଭିତରେ ଥିବା ଜଣାପଡିଛି।