Posted inଫୁରସତ

ଏହି କାରଣ ପାଇଁ ସ୍ବାମୀଙ୍କୁ ଛାଡିଲେ ନବବିବାହିତା

ବିହାରର ବେଗୁସରାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିବାହର ମାତ୍ର ୧୦ ଦିନ ପରେ ନବବିବାହିତା ସ୍ବାମୀଙ୍କୁ ଭଲ ପାଉ ନ ଥିବା କହିଛନ୍ତି।
ଜୁନ୍‌ ୧୪ରେ ରାଞ୍ଚି ନିବାସୀ ପୂଜା ପରିବାରର କଥା ମାନି ବେଗୁସରାଇ ନିବାସୀ ଅଙ୍କିତ କୁମାରଙ୍କୁ ବିବାହ କରିଥିଲେ। ବିବାହ ପରେ ପୂଜା ସ୍ବାମୀଙ୍କ ସହ ବେଗୁସରାଇରେ ରହୁଥିଲେ। ମାତ୍ର ୧୦ ଦିନ ପରେ ପୂଜା ସ୍ବାମୀଙ୍କ ସହ ରହିବାକୁ ମନା କରିଦେଇଥିଲେ। କାରଣ ସେ ସ୍ବପ୍ନା ନାମକୁ ଜଣେ ଝିଅକୁ ଭଲ ପାଉଥିବା କହିଥିଲେ। ଏହା ଶୁଣିବା ପରେ ସ୍ବାମୀ ଅଙ୍କିତଙ୍କ ହୋସ୍‌ ଉଡ଼ିଯାଇଥିଲା। ଏ ନେଇ ଅଙ୍କିତ ନିକଟସ୍ଥ ନଗର ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଆଗରେ ପୂଜା ସବୁ ସତ କଥା ମାନିଯାଇଥିଲେ।
ସ୍ବପ୍ନା ଏବଂ ପୂଜା ଏକ କପଡ଼ା ଦୋକାନରେ ଏକତ୍ର କାମ କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଇତିମଧ୍ୟରେ ପୂଜାଙ୍କ ପରିବାର ଲୋକେ ତାଙ୍କର ଇଚ୍ଛା ବିରୋଧରେ ଅନ୍ୟ ସ୍ଥାନରେ ବିବାହ କରିଥିଲେ। ଏଥିରେ ପୂଜା ଖୁସି ନ ଥିଲେ। ସ୍ବପ୍ନା ମଧ୍ୟ ପୂଜାକୁ ନିଜ ସ୍ତ୍ରୀ ବୋଲି ମାନୁଥିଲେ। ଏହି ଘଟଣା ସମ୍ମୁଖକୁ ଆସିବା ପରେ ଅଙ୍କିତ ପୂଜାକୁ ବିବାହ ବନ୍ଧନରୁ ମୁକ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଅନ୍ତିମସଂସ୍କାର କରିବାକୁ ମନା କଲେ ସିଙ୍ଗାପୁରରେ ଥିବା ପୁଅ; କୋକେଇକୁ କାନ୍ଧ ଦେଲା ପୋଲିସ; ଆଉ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦିନ କେଇଟାରେ ଦୈନିକ ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚୁଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ମୃତକଙ୍କ ସଂଖ୍ୟା...

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା...

ଦୃଷ୍ଟିକୋଣ

ଗଲା ଗ୍ରହଣ ପରର କଥା। କେତୁବାଦୀ- ହେତୁବାଦୀଙ୍କ କି ବିବାଦ ଆରମ୍ଭ ହେଲା ଯେ ଥମିବାର ନାଁ ଧରୁନି । ବିଚରା ଆମ ଭଳି ସାଧାରଣ...

ବୀର ସୁରେନ୍ଦ୍ର ସାଏ: ଇଂରେଜଙ୍କ ବିରୁଦ୍ଧରେ ୨୦ ବର୍ଷର ଲଢ଼େଇ,୩୬ ବର୍ଷକାଳ କାରାଗାର…

ବୀର ସୁରେନ୍ଦ୍ର ସାଏ ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ...

ଜଳ ମାନବ ରଞ୍ଜନ

ଜଳ ବିଶେଷଜ୍ଞ ତଥା ଓଡ଼ିଶାର ଜଳ ମାନବ ଭାବେ ପରିଚିତ ରଞ୍ଜନ ପଣ୍ଡା। ଜଳ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ...

ଏହି ଦେଶରେ ନାହିଁ ଛାଡ଼ପତ୍ର ଆଇନ !

ମାନିଲା, ୧୭।୯: ଦାମ୍ପତ୍ୟ ଜୀବନରେ ବେଳେବେଳେ କେତେକ ସମସ୍ୟା ଯୋଗୁ ସ୍ତ୍ରୀ-ସ୍ବାମୀ ଅଲଗା ରହିବାକୁ ବାଧ୍ୟ ହୋଇଥାନ୍ତି। ବୈବାହିକ ଜୀବନରେ ଏହାଦ୍ୱାରା ପ୍ରଭାବ ପଡ଼ିଥାଏ। ଆଇନ...

ବିମାନକୁ ଗୋଡ଼ାଇଲେ ଏଲିଅନ୍ସ !

ଓ୍ବାଶିଂଟନ: ଆମେରିକୀୟ ପାଇଲଟମାନେ ଆକାଶରୁ ଖସିଥିବା ଏକ ଉଜ୍ଜ୍ୱଳ ଜିନିଷକୁ କାବୁ କରିଥିବା ଦାବି କରିଛନ୍ତି। ଯେତେବେଳେ ପାଇଲଟ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ...

ଆମାଜନ ରହସ୍ୟ ‘ଥର୍ମାଲ ରିଭର’

ଲିମା: ପୃଥିବୀର ଏକ ଅବୁଝା ରହସ୍ୟ ଆମାଜନ ଜଙ୍ଗଲ। ହଜାର ହଜାର ଏକର ଜମିରେ ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲର ଅନେକ ଅଂଶ ଆଜି ବି...

Advertisement
Archives

Model This Week