ଗୋଲାପି ଓଠ ପାଇଁ…

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଓଠର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଓଠକୁ ଆକର୍ଷଣୀୟ କରିବା ଲାଗି ମହିଳାମାନେ ବିଭିନ୍ନ ପ୍ରକାର ଲିପ୍‌ ମେକ୍‌ଅପ୍‌ ସାମଗ୍ରୀ ବ୍ୟବହାର କରିଥାନ୍ତି । ହେଲେ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ଓଠକୁ ଗୋଲାପି କରିପାରିବେ …

ମହୁ କିମ୍ବା ବାଦାମ ତେଲରେ ଚିନି ମିଶାଇ ସ୍କ୍ରବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ଆଙ୍ଗୁଳି ଟିପ ସାହାଯ୍ୟରେ ଧୀରେ ଧୀରେ ଓଠକୁ ମସାଜ କରନ୍ତୁ। ଏହାଦ୍ୱାରା ଓଠ ଉପରେ ଥିବା ଡେଡ୍‌ ସେଲ୍‌ ବାହାରିଯିବ। ଏହାବ୍ୟତୀତ ନଡ଼ିଆତେଲ କିମ୍ବା ଆଲୋଭେରା ଜେଲ୍‌ରେ ଚିନି ମିଶାଇ ମଧ୍ୟ ବ୍ୟବହାର କରିପାରିବେ। ଏହାପରେ ଓଠକୁ ଧୋଇ ବାମ୍‌ ଲଗାଇଦିଅନ୍ତୁ। ଓଠ ନରମ ରହିବା ସହ ଧୀରେ ଧୀରେ ଏହାର ରଙ୍ଗ ମଧ୍ୟ ଗୋଲାପି ଲାଗିବ।
ପ୍ରତିଦିନ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ଓ ଆଳୁ ରସ ଲଗାନ୍ତୁ। ସକାଳୁ ଉଠି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠ ଧୀରେ ଧୀରେ ଗୋଲାପି ଦେଖାଯିବ।
ପ୍ରତିଦିନ ସେଓରସକୁ କେଇ ବୁନ୍ଦା ପାଣି ସହ ମିଶାଇ ଓଠରେ ଲଗାନ୍ତୁ। ଏପରି କରିବା ଫଳରେ ଓଠ ପ୍ରାକୃତିକଭାବେ ଗୋଲାପି ହୋଇଯିବ। ସେହିପରି ବିଟ୍‌ ରସ ମଧ୍ୟ ଲଗାଇପାରିବେ।
ଗୋଲାପ ଜଳ କିମ୍ବା ଲାଲ୍‌ ଗୋଲାପ ପାଖୁଡ଼ାକୁ ପେଷ୍ଟକରି ପ୍ରତିଦିନ ଲଗାଇଲେ ମଧ୍ୟ ଓଠ ଧୀରେ ଧୀରେ ଲାଲ୍‌ ହୋଇଥାଏ।
ଶରୀରର ଜଳୀୟାଂଶ କମ୍‌ ହେଲେ ବି ଓଠ କଳାପଡ଼ିଥାଏ। ତେଣୁ ପ୍ରଚୁର ପାଣି ପିଇବା ସହ ପଇଡ଼ପାଣି, ଅରେଞ୍ଜ ଜୁସ୍‌ ଏବଂ ଅନ୍ୟାନ୍ୟ ଜୁସ୍‌ ମଧ୍ୟ ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri