ବୌଦ୍ଧିକ ବିକାଶ ପାଇଁ…

ବର୍ତ୍ତମାନ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସହ ସ୍ମରଣ ଶକ୍ତିକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାପଡ଼ିଛି। ତେଣୁ କେଉଁ ଖାଦ୍ୟ ଖାଇଲେ ବୌଦ୍ଧିକ ବିକାଶ ଘଟିବ, ଜାଣିରଖନ୍ତୁ ସେ ସମ୍ପର୍କରେ…
ପନିପରିବା: ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ବିଶେଷକରି ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବ୍ରେନ୍‌ସେଲ୍‌କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆଳୁ, କଖାରୁ, ଗାଜର ଏବଂ ବିଭିନ୍ନ ଶାଗ ଖାଇବାକୁ ଦେଲେ ପିଲାଙ୍କ ମସ୍ତିଷ୍କର ଅଭିବୃଦ୍ଧି ହେବା ସହ ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ।
ବ୍ରୋକୋଲି: ଏଥିରେ ଡିଏଚ୍‌ଏର ମାତ୍ରା ଅଧିକ ଥିବାରୁ ଏଥିରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ଖାଇବାକୁ ଦେଲେ ପିଲା ବୁଦ୍ଧିଆ ହେବେ।
ମାଛ ଏବଂ ଅଣ୍ଡା: ସବୁ ପ୍ରକାରର ମାଛ ବିଶେଷକରି ସାଲମନ୍‌ ମାଛ ପିଲାଙ୍କ ଖାଦ୍ୟ ତାଲିକାରେ ସାମିଲ କରିବା ସେମାନଙ୍କ ବୌଦ୍ଧିକ ବିକାଶ ଲାଗି ବେଶ୍‌ ଉପକାରୀ। କାରଣ ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ମସ୍ତିଷ୍କ କୋଷଗୁଡିକର ବୃଦ୍ଧି କରିବା ସହ ଏହାର କାର୍ଯ୍ୟକ୍ଷମତା ବି ବଢ଼ାଇବାରେ ସାହାଯ୍ୟ କରିଥାଏ। ସେହିପରି ଅଣ୍ଡାରେ ଥିବା ବିଭିନ୍ନ ଉପକାରୀ ତତ୍ତ୍ୱ ବି ପିଲାଙ୍କ ବୁଦ୍ଧିର ବିକାଶରେ ଲାଭଦାୟକ।
ବାଦାମ: କାଜୁ, ଚିନାବାଦାମ ଏବଂ ଆଲମଣ୍ଡ ଆଦିକୁ ମଧ୍ୟ ପ୍ରତିଦିନ କିଛି କିଛି ପିଲାଙ୍କୁ ଖାଇବାକୁ ଦେବା ଦରକାର। କାରଣ ଏଥିରେ ଭିଟାମିନ୍‌ ଇ ଏବଂ ଜିଙ୍କ୍‌ ପିଲାଙ୍କ ମାନସିକ ବିକାଶରେ ବେଶ୍‌ ଉପକାରୀ।
ଓଟ୍‌: ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ଏବଂ ଫାଇବର ଭରି ରହିଛି, ଯାହାକି ହୃତ୍‌ପିଣ୍ଡକୁ ପରିଷ୍କାର ରଖିବା ସହ ମସ୍ତିଷ୍କକୁ ମଧ୍ୟ ଆକ୍ଟିଭ୍‌ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri