ଫିଟ୍‌ନେସ୍‌ ପାଇଁ

ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍‌ ରଖିବା ଲାଗି ଏକ୍ସରସାଇଜ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏକ୍ସରସାଇଜ୍‌ କରୁଥିଲେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣି ରଖନ୍ତୁ ସେ ସମ୍ପର୍କରେ…
ସର୍ବପ୍ରଥମେ ଜୀବନଶୈଳୀ ବ୍ୟବସ୍ଥିତ କରନ୍ତୁ ଏବଂ ସନ୍ତୁଳିତ ଆହାର କରନ୍ତୁ। ଏହାଦ୍ୱାରା ଏକ୍ସରସାଇଜର ସୁଫଳ ପାଇପାରିବେ। ଯଦି ଆପଣ ଭାବୁଛନ୍ତି ଯେ, ଏଥିପାଇଁ ଜିମ୍‌ ଯିବା ନିହାତି ଜରୁରୀ ତେବେ ଏହା ଆପଣଙ୍କର ଭ୍ରାନ୍ତ ଧାରଣା, କାରଣ ଆପଣ ଘରେ ମଧ୍ୟ ଏକ୍ସରସାଇଜ୍‌ କରିପାରିବେ।
ପ୍ରତିଦିନ ଅତି କମ୍‌ରେ ୨୦-୪୫ ମିନିଟ୍‌ ଏକ୍ସରସାଇଜ କରନ୍ତୁ। ଅଧିକ ସମୟ ଚାଲିବାରେ ଦିଅନ୍ତୁ। ଘରେ ସମସ୍ତଙ୍କର ଟ୍ରେଡ଼୍‌ମିଲ୍‌ ନ ଥାଏ, ତେଣୁ ଛାତ ଉପରେ କିମ୍ବା ପାର୍କ ଆଦି ଅନ୍ୟ କୌଣସି ଖୋଲା ସ୍ଥାନରେ ଚାଲିପାରିବେ। ଆପାର୍ଟମେଣ୍ଟରେ ରହୁଥିଲେ ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ ଶରୀର ଫିଟ୍‌ ରହିବ।
ମନ ଇଛା କୌଣସି ଏକ୍ସରସାଇଜ୍‌ ନ କରି ଏକ୍ସପର୍ଟଙ୍କ ପରାମର୍ଶ ନେଇ କରିବା ଭଲ। ତେବେ ବର୍ତ୍ତମାନ ୟୁଟ୍ୟୁବ୍‌ରେ ଅନେକ ଫିଟ୍‌ନେସ୍‌ ଏକ୍ସପର୍ଟଙ୍କ ଭିଡ଼ିଓ ଆସୁଛି, ଯାହାକୁ ଦେଖି ଏକ୍ସରସାଇଜ କରି ପାରିବେ।
ଏଥିରେ କିଛି ସମୟ ଯୋଗ ଏବଂ ପ୍ରାଣାୟମ ଆଦିକୁ ସାମିଲ କଲେ ଅଧିକ ଉପକୃତ ହୋଇପାରିବେ।
ଆପଣ ଚାହିଁଲେ ୟୁଟ୍ୟୁବ୍‌ ଦେଖି ଏରୋବିକ୍ସ କିମ୍ବା ଜୁମ୍ବା ଭଳି ଡ୍ୟାନ୍ସ ଏକ୍ସରସାଇଜ୍‌ ବି କରିପାରିବେ।
ମନେ ରଖନ୍ତୁ, ପ୍ରଥମେ ପ୍ରଥମେ ଏକ୍ସରସାଇଜ୍‌ କରୁଥିଲେ ପତଳା ହେବା ନିଶାରେ ଏକାସଙ୍ଗେ ବହୁତ ଏକ୍ସରସାଇଜ୍‌ କରନ୍ତୁ ନାହିଁ, ଏହାଦ୍ୱାରା ଦେହ ଦରଜ ଭଳି ସମସ୍ୟା ଦେଖା ଦେଇପାରେ। ତେଣୁ ପ୍ରଥମେ ଅଳ୍ପ ସମୟ ଏକ୍ସରସାଇଜ୍‌ କରିବା ପରେ ଧିରେ ଧିରେ ଅଧିକ କରନ୍ତୁ। ଏହି ସମୟରେ ହାଲୁକା, ଆରମଦାୟକ ପୋଷାକ ଏବଂ ଜୋତା ପିନ୍ଧନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri