Posted inଫୁରସତ

ସ୍ଲିମ୍‌ ପେଟ ପାଇଁ…ଆପଣାନ୍ତୁ ଏହି ଟିପ୍ସ

ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପେଟରେ ଚର୍ବି ଜମିଯାଏ; ଯେଉଁଥିପାଇଁ ଫିଗର ଖରାପ ଲାଗିଥାଏ ବୋଲି ଅନେକ ମହିଳା ବ୍ୟସ୍ତ ହୋଇପଡ଼ନ୍ତି। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ପ୍ରତିଦିନ କେତୋଟି ଯୋଗ, ବ୍ୟାୟାମ କଲେ ପେଟ କମିବା ସହ ସ୍ଲିମ୍‌ ଫିଟ୍‌ ଲୁକ୍‌ ପାଇପାରିବେ…
କପାଳଭାତି: ମ୍ୟାଟ୍‌ ଉପରେ ଚକାମାଡି ବସନ୍ତୁ, ଯେପରି ମେରୁଦଣ୍ଡ ଏବଂ ପିଠି ସିଧା ହୋଇ ରହିବ। ୨ହାତର ପାପୁଲିକୁ ଉପରମୁହଁା କରି ଆଣ୍ଠୁ ଉପରେ ରଖନ୍ତୁ। ଗଭୀର ନିଃଶ୍ୱାସ ନେଇ ଏହାକୁ ଜୋରରେ ଛାଡ଼ନ୍ତୁ। ନିଃଶ୍ୱାସ ଛାଡ଼ିବା ବେଳେ ପେଟ ଏବଂ ମାଂସପେଷୀ ଯେପରି ଭିତରକୁ ଟାଣି ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତି ୨୦ ସେକେଣ୍ଡରେ ଥରେ ରେଷ୍ଟ ନେଇ ପୁନର୍ବାର କପାଳଭାତି କରନ୍ତୁ। ପ୍ରତିଦିନ ଏପରି କଲେ ପେଟରେ ଜମୁଥିବା ଚର୍ବି କମିଯିବା ସହ ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା କମ୍‌ ହୋଇଥାଏ। ମନେରଖନ୍ତୁ, କପାଳଭାତି ସକାଳ ସମୟରେ ଏବଂ ଖାଲିଖାଲି ପେଟରେ କଲେ ଅଧିକ ଲାଭ ପାଇପାରିବେ।
ପୁସ୍‌ଅପ୍‌: ପ୍ରତିଦିନ ପୁସ୍‌ଅପ୍‌ କଲେ ନା କେବଳ ପେଟର ଚର୍ବି କମିଥାଏ ବରଂ ପେଟ, ହାତ, ଗୋଡ଼ ଆଦିର ମାଂସପେଶୀ ମଜଭୁତ ହୋଇଥାଏ। ଏଥିପାଇଁ ପ୍ରଥମେ ମ୍ୟାଟ୍‌ରେ ପେଟମାଡ଼ି ଶୋଇଯାଆନ୍ତୁ। ୨ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ଧୀରେ ଧୀରେ କହୁଣି ବଙ୍କାକରି ଶରୀରକୁ ତଳକୁ ଖସାନ୍ତୁ ଏବଂ ପୁଣି ଉପରକୁ ଉଠାନ୍ତୁ। ଦିନକୁ ଅତି କମ୍‌ରେ ୩୦ଥର ପୁସ୍‌ଅପ୍‌ କରନ୍ତୁ। ପ୍ରଥମେ ୧୫ ଥର ଏବଂ ୩୦ ସେକେଣ୍ଡ ରିଲାକ୍ସ କରିବା ପରେ ପୁଣି ୧୫ଥର କରନ୍ତୁ।
ମାଉଣ୍ଟେନ କ୍ଲାଇମ୍ବର: ଏଥିରେ ମଧ୍ୟ ପ୍ରଥମେ ମ୍ୟାଟ୍‌ରେ ପେଟ ମୋଡ଼ି ଶୋଇଯାନ୍ତୁ। ୨ ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ମନେରଖନ୍ତୁ କହୁଣି ଯେପରି ସମ୍ପୂର୍ଣ୍ଣ ସିଧା ରୁହେ । ଗୋଟିଏ ଗୋଡ଼ର ଆଣ୍ଠୁକୁ ଛାତି ପର୍ଯ୍ୟନ୍ତ ଆଣି ପୁଣି ପଛକୁ ନିଅନ୍ତୁ। ଅନ୍ୟ ଗୋଡ଼ର ଆଣ୍ଠୁକୁ ସେହିଭଳି ଛାତି ପର୍ଯ୍ୟନ୍ତ ଆଣି ପଛକୁ ନିଅନ୍ତୁ ଯେପରି ଆପଣ ପାହାଡ଼ ଚଢୁଛନ୍ତି। ଏହିପରି ୩୦ ଥର କରନ୍ତୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

୪୦ ବିଲିୟନ ଡଲାର ନିବେଶ, ପ୍ରଯୁକ୍ତିବିଦ୍ୟା… ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦେଶ ଗସ୍ତରୁ କ’ଣ ହେଲା ହାସଲ? ଜାଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ, ୨୧।୫: ଭାରତ କେବଳ ଏକ ବଜାର ନୁହେଁ ବରଂ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ବିଶ୍ୱସ୍ତ ଶକ୍ତି ଭାବରେ ଉଭା ହେଉଛି। ଏହି କାରଣରୁ…

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri