ପାଟଣା,୩/୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ମାଛଗଡ ବିଟଗୋପୀନାଥ ପୁର ଗାଁରୁ ୨ଦିନ ତଳେ ଏକ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା କେନ୍ଦୁଝର ଡିଏଫଓ ଏଚଡି ଧନରାଜ ସୋମବାର ସୂଚନା ଦେଇଛନ୍ତି। ଗାଁଟି କେନ୍ଦୁଝର ଓ ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ମହାବଳ ବାଘଟି ସମ୍ଭବତଃ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବାର ବନ ବିଭାଗ ଅନୁମାନ କରିଛି । ଏହାପରେ ବାଘ ଚିତ୍ର ଉତ୍ତୋଳନ କରିବା ପାଇଁ ୩୫ଟି ଟ୍ରାପ କ୍ୟାମେରା ଅଟେଇ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ଜନ ବସତି ବୃଦ୍ଧି ପାଉଥିବାରୁ ବାଘଟି ଅଟେଇ ସଂରକ୍ଷିତ ଜଙ୍ଗଲକୁ ଏହି ବାଟ ଦେଇ ଯିବା ଆସିବା କରୁଥିବା ଜଣାପଡିଛି। ବନ୍ୟ ଜନ୍ତୁଙ୍କ ଅଟେଇ ସଫାରୀରେ ଆଗମନ ଏକ ଖୁସି ଖବର ବୋଲି ଡିଏଫଓ କହିଛନ୍ତି।
Dharitri – Odisha’s No.1 Odia Daily


