କୋକସରା,୩୦ା୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମା’ ଲଙ୍କେଶ୍ୱରୀ ଯୁବ ପରିଷଦ ବୋବରିଆ ଓ ଡେଙ୍ଗାଗୁଡା ଗ୍ରାମର ମିଳିତ ଉଦ୍ୟମରେ ସପ୍ତଦିବସୀୟ ଫୁଟ୍ବଲ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ସିର୍ଲିଗୁଡ଼ା ଓ ଚିକିଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ହୋଇଥିଲା।
ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଲ ସ୍କୋର କରିବାରେ ବିଫଳ ହେବାରୁ ଟାଇବ୍ରେକରରେ ୧-୦ ଗୋଲ ସ୍କୋର କରି ସିର୍ଲିଗୁଡା ଦଳ ଚାମ୍ପିୟନ ହୋଇଛି। ଉଦ୍ଯାପନୀ ଉତ୍ସବରେ ଆମପାଣି ଜୋନ ଭାଜପା ମଣ୍ଡଳ ସଭାପତି ମଧୁବନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଟେମରା ସରପଞ୍ଚ କ୍ଷେତିରାମ ପାତ୍ର, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଭାଜପା ନେତା ଭଜମନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ମା ଲଙ୍କେଶ୍ୱରୀ ଯୁବ ପରିଷଦ ପକ୍ଷରୁ ସଭାପତି ଗୋପାଳ କୃଷ୍ଣ ମାଝୀ, ଉପସଭାପତି ହୃଷୀକେଶ ଖମାରି, ସମ୍ପାଦକ ଋଷିମଣି ଲଦୁଆ, ସହସମ୍ପାଦକ କାର୍ତ୍ତିକ ପାତ୍ର, କୋଷାଧ୍ୟକ୍ଷ ଜଗମୋହନ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।


